ଫୁଲବାଣୀ:୧୨/୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୪ର୍ଥ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ପ୍ରକଳ୍ପ ନିର୍ଦେଶକ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରବୀଣ କୁମାର ବାଣୁଆ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ମଣ୍ଡଳ ଇଁ. ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ ସହାୟକ ହେବ ବୋଲି କହି ଉତ୍ତରୋତ୍ତର ଉନ୍ନତି କାମନା କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର , କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ବାଇଁ ପ୍ରମୁଖ ମଞ୍ଚଷିନ ଥିଲେ l ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ, ଉପଢ଼ୌକନ ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଉପସଭାପତି ସୁଜିତ ବେହେରା କମିଟି ସଦସ୍ୟ ପ୍ରସନ୍ନ କୁମାର ସ୍ବାଇଁ, ମହମ୍ମଦ ଚିଷ୍ଟୀ, ସୋନ୍ତଶ କୁମାର ବେହେରା, ଅନିତା ପଟନାୟକ, ସୁଭ୍ରା ପଟନାୟକ, ରଞ୍ଜିତ ବେହେରା, ଶିବ ନାୟକ , ଖିତିସ୍ ମଲିକ ପ୍ରମୁଖ ସହଯୋଗ କରିଥିଲେ l ଏହି ମେଳା ଏପ୍ରିଲ ୮ରୁ ୧୯ଏପ୍ରିଲ ଯାଏ ଦିର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ହେବ l ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ର କଳାକାର ମାନେ ସାଂସ୍କୃତିକବିଚିତ୍ରା କାର୍ଯ୍ୟ କ୍ରମ ପରିବେଷଣ କରିଥିଲେ l ସାଂସ୍କୃତିକସହ ସମ୍ପାଦକ ମୁଷ୍କlନ୍ ସୁଆର ମଞ୍ଚ ପରିଚାଳନା କରିଥିଲେ l

