ଫୁଲବାଣୀ,୧୩/୦୪:(ସୁନୀଲ ପଟ୍ଟନାୟକ ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୫ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ହର ଭଙ୍ଗା ତହସିଲ ଦାର ବଳ ଦେବ ବେହେରା ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ଗତ ବର୍ଷ ମଧ୍ଯ ଏହି ମେଳl କୁଆସିଥିଲି ତେବେ ଏହିବର୍ଷ ଗତ ଥର ଅପେକ୍ଷା ଅଧିକ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥି ବେହେରା କହିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ ସହାୟକ ହେବ ବୋଲି କହି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର ଧନ୍ୟ ବାଦ୍ ଅର୍ପଣ କରିଥିଲେ l ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ, ଉପଢ଼ୌକନ ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ସୁଜିତ ବେହେରା କମିଟି ସଦସ୍ୟ ପ୍ରସନ୍ନ କୁମାର ସ୍ବାଇଁ, ମହମ୍ମଦ ଚିଷ୍ଟୀ, ସୋନ୍ତଶ କୁମାର ବେହେରା, ଅନିତା ପଟନାୟକ, ସୁଭ୍ରା ପଟନାୟକ, ରଞ୍ଜିତ ବେହେରା, ଶିବ ନାୟକ , ଖିତିସ୍ ମଲିକ ପ୍ରମୁଖ ସହଯୋଗ କରିଥିଲେ l ଏହି ମେଳା ଏପ୍ରିଲ ୮ରୁ ୧୯ଏପ୍ରିଲ ଯାଏ ଦିର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ହେବ l ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଦ୍ୟାନ ଏକାଡେମୀ ର କଳାକାର ମାନେ ସାଂସ୍କୃତିକବିଚିତ୍ରା କାର୍ଯ୍ୟ କ୍ରମ କୁ ସୁରେଶ କୁମାର ସୂଚାରୁ ରୂପେ ପରିଚାଳନା କରୁଥିଲେ l ସଂlସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି ଓ ସହ ସମ୍ପାଦିକା ମୁଷ୍କlନ୍ ସୁଆର ମଞ୍ଚ ପରିଚାଳନା କରିଥିଲେ l ଏହି ମେଳା ରେ ଶତାଧିକ ଷ୍ଟଲ ଖୋଲାଯାଇଛି l ସୁପର ବଜାର ଓ ସ୍ୱତନ୍ତ୍ର ଆକର୍ଷଣ ଜଳ ପରୀ ସୋ ରହିଛି l ପ୍ରତିଦିନ ଅପରାହ୍ନ ୪ଟା ରୁ ୧୦ଟା ଯାଏଁ ମେଳା ଖୋଲା ରହୁଥିବା ମେଳା ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ କହିଛନ୍ତି l l

