ଫୁଲବାଣୀ,୧୭।୦୯(ସୁନୀଲ ପଟ୍ଟନାୟକ):କୌଣସି ସୂତ୍ରରୁ ପକ୍କା ଖବର ପାଇ କ ନୂଆଗାଁ ପୋଲିସ ବସ କୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୬୩ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସଂମ୍ପୃକ୍ତ ଥିବା ଡ଼୍ରାଇଭର ସୁଦର୍ଶନ ନାୟକ,କଣ୍ଡକ୍ଟର ହମିଦ ଖାଁ, ହେଲପର ବିନୋଦ ମଲିକ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ l କ ନୂଆଗାଁ ଥାନା ଅଧିକାରୀ କେଳୁ ଚରଣ ଜେନା ଙ୍କ ନେତୃତ୍ଵରେ ଏହି ଚଢାଉ ହୋଇଥଲା l

