ଭଞ୍ଜନଗର,୦୧/୦୪(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ହରିଗଡ଼ ଗ୍ରାମ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କାନ୍ତ ଶତପଥୀଙ୍କୁ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ତରଫରୁ ଶୋକାକୁଳ ପରିବେଶ ମଧ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉତ୍ତମ ଗୌଡ଼ଙ୍କ ସଭାପତିତ୍ବ କରିଥିଲେ। ଏହି ବିଦାୟୀ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ଯୋଗ ଦେଇ ବିଦାୟୀ ଶିକ୍ଷକ ଶ୍ରୀ ଶତପଥୀଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସମ୍ମାନିତ ଅଥିତି ରୂପେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଚରଣ ବେହେରା, ଶିକ୍ଷକ ନେତା ଗୋକୁଳ ଚନ୍ଦ୍ର ମଲ୍ଲିକ, ସରପଞ୍ଚ ପ୍ରତିନିଧି ମରାଠୀ ଦଳବରା, ଗ୍ରାମ କମିଟି ସଭାପତି ତ୍ରିଲୋଚନ ଗୌଡ଼, ସିଆରସିସି ମହେଶ୍ୱର ପାତ୍ର, ସିଆରସିସି ବୈରାଗୀ ଗୌଡ଼ ପୁରୁଷୋତ୍ତମ ସାହୁ,ଦୁର୍ଗା ଚରଣ ତ୍ରିପାଠୀ, ଅନିଲ କୁମାର ସାହୁ, ପଦ୍ମ ଚରଣ ନାୟକ, କବିରାଜ ପରିଡା, ଯୋଗ ଦେବା ସହ ଏହି ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କ ବିଦ୍ୟାଳୟ ପ୍ରତି ରହିଥିବା ଅବଦାନ ଓ ପ୍ରତିଷ୍ଠା ଦିଗରେ ଥିବା ସମ୍ପର୍କ ବିଷୟରେ ଗୁଣଗାନ କରିଥିଲେ। ଏହି ବିଦାୟ କାଳୀନ ସଭାରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ, ଗ୍ରାମର ଶତାଧିକ ମହିଳା ଓ ପୁରୁଷ, ବ୍ରାହ୍ମଣପଦର କ୍ଲଷ୍ଟର ଓ ହରିଗଡ଼ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ବିଦାୟୀ ଶିକ୍ଷକ ଶ୍ରୀ ଶତପଥୀଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥିଲେ। ସଭାକୁ ସିଆରସିସି ମନୋଜ କୁମାର ଗୌଡ଼ ସଂଯୋଜନା କରିଥିଲେ। ଶେଷରେ ଶିକ୍ଷକ ନେତା ଗୋକୁଳ ଚନ୍ଦ୍ର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

