ବୁଗୁଡ଼ା,୧୯।୯(କୁମୁଦ ଚନ୍ଦ୍ର ବେହେରା):ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ବ୍ଲକର ପାଣିକେଶର, ଭଗବାନପୁର, ମଣିପୁରୀ, କରସିଙ୍ଗି ଗ୍ରାମର ଯୁବକ ସଂଘ ଦ୍ୱାରା ଆୟୋଜିତ ଶ୍ରୀ ଗଣେଶ ପୂଜାରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରଭୁ ଗଜାନନଙ୍କୁ ଦର୍ଶନ କରିଥିଲେ। ସେହିପରି ଏହି ବ୍ଲକ ଅନ୍ତର୍ଗତ ମୋଟାବାଡ଼ି, ପଙ୍କଳସାହି, ବି କରଡ଼ାବାଡ଼ି, ଢୋପାପଲ୍ଲୀ, ଗ୍ରାମର ଯୁବକ ସଂଘ ଦ୍ୱାରା ଆୟୋଜିତ ଗଣେଶ ପୂଜାରେ ଯୋଗଦେଇ ସେ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ଅନ୍ୟପକ୍ଷରେ ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ, କଲମ୍ବ, ଜକର, ଜେମାଦେଈପୁର ଶାସନ, ଗରେଇଖୁଲି, ଡିମିରିଆ, ଚୁରିପଡ଼ା ଆଦି ବିଭିନ୍ନ ଗ୍ରାମର ଯୁବକ ସଂଘ ଦ୍ୱାରା ଆୟୋଜିତ ବିନାୟକ ପୂଜା ଉତ୍ସବରେ ପ୍ରାକ୍ତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଠାକୁରଙ୍କ ଦର୍ଶନର ସୌଭାଗ୍ୟ ଲାଭ କରିଥିଲେ।ସେହିପରି ସେ ପୋଲସରା ପୌରପରିଷଦ ଏବଂ ବୁଗୁଡ଼ା ଏନ୍ଏସିର ବିଭିନ୍ନ ୱାର୍ଡ ବୁଲି ଯୁବକ ସଂଘ ଦ୍ୱାରା ଆୟୋଜିତ ମେଢ଼ରେ ଶ୍ରୀ ଗଣେଶଙ୍କ ଦର୍ଶନ ଲାଭ କରିଥିଲେ। ଉକ୍ତ ଦର୍ଶନ କାର୍ଯ୍ୟକ୍ରମରେ ତାଙ୍କର ବହୁ ସଂଖ୍ୟକ ସମର୍ଥକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

