ପୁରୁଷୋତ୍ତମପୁର,୨୪ା୯(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ପଞ୍ଚାୟତରେ ମନରେଗା ଓ ହରିଶ୍ଚନ୍ଦ୍ର ଯୋଜନାକୁ ନେଇ ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି। ୨୦୨୫-୨୬ ଆର୍ଥିକ ବର୍ଷର ବିଭିନ୍ନ ଯୋଜନାରେ ଅନିୟମିତତା ହୋଇଥିବା ନେଇ ସୁନାଥର ଗ୍ରାମର ବିଦ୍ୟାଧର ନାହାକ ଅଭିଯୋଗ କରିଛନ୍ତି।ବିଦ୍ୟାଧରଙ୍କ ଅଭିଯୋଗ ଅନୁଯାୟୀ, ମନରେଗା କାର୍ଯ୍ୟରେ କିଛି ଦିବ୍ୟାଙ୍ଗ, ବୃଦ୍ଧ, ଛାତ୍ରଛାତ୍ରୀ ଏବଂ ବର୍ତ୍ତମାନ ଗ୍ରାମରେ ନଥିବା କେତେକ ବ୍ୟକ୍ତିଙ୍କ ନାମ ବ୍ୟବହାର କରାଯାଇ ଅର୍ଥ ଉଠାଯାଇଥିବା ଅଭିଯୋଗ ରହିଛି। ଏହାସହ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ବଣ୍ଟନକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।ଅଭିଯୋଗ ସମ୍ପର୍କରେ ପଞ୍ଚାୟତର ADO ସଦାନନ୍ଦ ପଟ୍ଟନାୟକ ଥାନାକୁ ଆସିଥିବା ବେଳେ ସାମ୍ବାଦିକମାନେ ଘଟଣା ସମ୍ପର୍କରେ ତାଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ସେହିପରି ଘଟଣା ସମ୍ପର୍କରେ BDO ଓ ABDOଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ। ଏଥିରୁ ସ୍ବଷ୍ଟ ଭାବରେ ଜଣାପଡ଼ୁଛି ଯେ ସ୍ଥାନୀୟ ପ୍ରଶାସନ ଘଣ୍ଟଘୋଡା ଉଛନ୍ତୀ। ମଧୁ ଚନ୍ଦ୍ରୀକା ଚାଲିଛି।ଅନ୍ୟପକ୍ଷରେ, ଉକ୍ତ ଅଭିଯୋଗକୁ ନେଇ ପ୍ରଶ୍ନ ଉଠାଇବା ପରେ ତାଙ୍କୁ ଧମକ ଦିଆଯାଇଥିବା ଏବଂ ବୁଧବାର କିଛି ବ୍ୟକ୍ତି ତାଙ୍କୁ ମାଡ଼ ମାରିଥିବା ବିଦ୍ୟାଧର ଅଭିଯୋଗ କରିଛନ୍ତି। ଏନେଇ ସେ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରି ଘଟଣାର ନିରପେକ୍ଷ ତଦନ୍ତ ସହ ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଥାନା ଭାରପ୍ରାପ୍ତ ଅଧିକାରୀ କୁଳମଣୀ ସେଠୀଙ୍କୁ ଅନୁରୋଧ କରିଛନ୍ତି।ତେବେ ମନରେଗା ଓ ହରିଶ୍ଚନ୍ଦ୍ର ଯୋଜନାରେ ପ୍ରକୃତରେ କୌଣସି ଅନିୟମିତତା ହୋଇଛି କି ନାହିଁ ଏବଂ ବିଦ୍ୟାଧରଙ୍କ ଉପରେ ଆକ୍ରମଣ ନେଇ ହୋଇଥିବା ଅଭିଯୋଗର ସତ୍ୟତା କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାର ନିରପେକ୍ଷ ତଦନ୍ତ କରିବା ଭିଜିଲାନ୍ସ ବିଭାଗ ତଦନ୍ତ,ସହ ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଯୋଗକାରୀ ଦାବି କରିଛନ୍ତି। ଆଗକୁ ପ୍ରସାଶନ କଣ୍ ପଦକ୍ଷେପ ନେଉଛନ୍ତି ଦେଖିବାକୁ ରହିଲା।

