ବୁଗୁଡ଼ା,୬।୧୦(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସଙ୍କୁରୁ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି ବିଡ଼ିଓ ଦୃତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିବା ସହିତ ସେଗୁଡିକର ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ମୋଟ ୧୧ ଜଣ ହିତାଧିକାରୀ ନିଜର ନାମ ପଞ୍ଜିକରଣ କରିଥିଲା ବେଳେ ସେଥିରୁ ତତ୍କାଳ ୮ ଟିର ସମାଧାନ କରାଯାଇଥିଲା। ଏଥୁ ସହିତ ପଞ୍ଚାୟତର ବିକାଶ କିଭଳି ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ఛତ୍ରପୁର ଏଡିଏମ୍ ସୁନୀଲ କୁମାର କେରେକେଟା, ଥାନା ଅଧିକାରୀ ସୌମ୍ୟଶେଷର ମାଝୀ, ତହସିଲଦାର ତାପସ ରାଉତ, ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଏଥିରେ ସଙ୍କୁରୁ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ରାଉତ, ବ୍ଲକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଜ୍ୟୋତିରଞ୍ଜନ ସାହୁ, ସିଡିପିଓ ବବିତା ପଣ୍ଡା, ଏବିଡିଓ ଧର୍ମରାଜ ପରିଡା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଏମ୍ ଦେବାଶିଷ ଦୋରା, ବ୍ଲକ କୃଷି ଅଧିକାରୀ ହରପ୍ରିୟା ବେହେରା, ବିଭିଓ ଶୁଭ୍ରେନ୍ଦୁ ଶେ ଶେଖର ରାଉତ, ଏଇଇ ରାଜୀବ ପ୍ରଧାନ, ଆରଏସଏସଡବ୍ଲୁ ସହକାରୀ ସନ୍ତୋଷ କୁମାର ପ୍ରଧାନ, ବନପାଳ ସୁକାନ୍ତ କୁମାର ପଟ୍ଟନାୟକ, ସହକାରୀ ମତ୍ସ୍ୟ ବିଭାଗ ଅଧିକାରୀ ସିଦ୍ଧାର୍ଥ ସାର୍ଥକ ପ୍ରଧାନ, ମୃତ୍ତିକା ସଂରକ୍ଷଣ। ଓଭରସିୟର ଦେବଦତ୍ତ ଶତପଥୀଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀଙ୍କ ସମେତ ବ୍ଲକର ଅନ୍ୟାନ୍ୟ ଅଧିକାରୀ ଓ ପଞ୍ଚାୟତବାସୀ ଉପସ୍ଥିତ ଥିଲେ।

