ଖଜୁରୀପଡ଼ା,୦୭।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଆଜି ଚକାପାଦ ବ୍ଲକ୍ ଅନ୍ତର୍ଗତ ଶଙ୍କରାଖୋଲ୍ କ୍ଲଷ୍ଟର ରେ ସୁରଭି ୨୦୨୬ କାର୍ଯକ୍ରମ ଅଡାବାଡି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଶଙ୍କରାଖୋଲ୍ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଶଙ୍କରାଖୋଲ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଏଥିର ପ୍ରାୟ 120 ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶେଷରେ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଶଙ୍କରାଖୋଲ୍ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ। ସିଆରସିସି ପ୍ରତାପ କୁମାର ଘଡେଇ ଓ ଅଡିବାଡି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସୁନ୍ଦର ଭାବରେ ଶୃଙ୍ଖଳାନର ସହିତ ଶେଷ ହୋଇଥିଲା। ପଦୋନ୍ନତି ପାଇ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଏହି କ୍ଲଷ୍ଟରରୁ ବିଦାୟ ନେଇଥିବା ଶ୍ରୀମତି ରଜନା ସାହୁ ଓ କୁସୁମ ଦିଗାଲ ଙ୍କୁ ସମ୍ବୋର୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମାଜାଗାଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁକାନ୍ତ କୁମାର ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ,ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ନାୟକ, ଦିବାକର ଲେଙ୍କା, ମନୋଜ କୁମାର ସାହୁ,ସସ୍ମିତା ଦିଗାଲ,କାଜଲ ପାଇକରାୟ,ଅନୁଶୟା କହଁର, ଜୟ ଲକ୍ଷ୍ମୀ ବେହେରା,ବନିତା ଦାଶ,ଆଦି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ବାହାଡ଼ା ପଦା ସିଆରସିସି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

