ପୁରୁଷୋତ୍ତମ ପୁର,୨୯।୧୦(ଶୁଭଙ୍କର ଦାସ):ପୁରୁଷୋତ୍ତମପୁର ବ୍ଳକ ରେ ବାତ୍ୟା ଅର୍ଣ୍ଣବ ର ପ୍ରଭାବ ନିମନ୍ତେ ବ୍ଲକରେ ଥିବା ୬ ଗୋଟି ବନ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ତାର ସ୍ଥିତି ପରଖିଲେପୁରୁ ଷୋତ୍ତମ ପୁର ତହସିଲଦାର ଓ ବ୍ଳକ ଷ୍ଟାଫ | ଏହି ବାତ୍ୟା ଆଶ୍ରୟ ସ୍ଥଳୀର ସ୍ଥିତି ପରଖି ଛନ୍ତି ତହସିଲଦାର |ସେହି ପଞ୍ଚାୟତ ଗୁଡିକ ର କଚା ଘରେ ଥିବା ଲୋକମାନଙ୍କୁ ଏବଂ ଗୃହ ପାଳିତ ପଶୁ ମାନଙ୍କୁ ଏଠାରେ ସୁରକ୍ଷିତ ରଖିବା ପାଇଁ ବ୍ଳକ ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ତା କରା ଯିବା ସହ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଦେବାର ପ୍ରଶାସନ ଦ୍ୱାରା କରାଯାଇଛି |କୌଣସି ଲୋକ ବର୍ଷା ଓ ବାତ୍ୟା ସମୟରେ ଜିରୋ କାଜୁଆଲିଟି ରେ ଯେପରି ଉପକୃତ ହେବେ ସେଥିପାଇଁ ସମସ୍ତ ମୁକାବିଲା ନିମନ୍ତେ ଫାୟାର ଠାରୁ ପୋଲିସ ଓ ବ୍ଳକ ଏବଂ ତହସିଲ ଷ୍ଟାଫ ପ୍ରସ୍ତୁତ ଥିବାର କହି ଛନ୍ତି ତହସିଲଦାର | ସେମାନଙ୍କ ସହିତ ଏଟିଓ ଦେବାଶିଷ ବାବୁ, ବ୍ଳକ ଏଇଓ ବାଗଭୂଷଣ ଯାଦବ, ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁ,ପୂର୍ବତନ ଜିପିଓତଥା ରାଇପୁର ପିଇଓ ମୀନକେତନ ବେହେରା,ବିଏସ ଏସ ଓ କାହ୍ନୁ ଚରଣ ସୋରେନ, ରାଇପୁର ଆରାଇ ଭଗବାନ ବେହେରା, ରାଇପୁର ସରପଞ୍ଚ ପ୍ରତିନିଧି ବିଚିତ୍ର କୁମାର ବେହେରା ଓ ଅନ୍ୟନ୍ୟ ବ୍ଳକ ଏବଂ ତହସିଲ ଷ୍ଟାଫ ଉପସ୍ଥିତ ଥିଲେ |

