ବୁଗୁଡ଼ା,୨୯।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକରେବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ତତ୍ପର ହୋଇଉଠିଛି ବ୍ଲକ ପ୍ରଶାସନ। ବ୍ଲକର ସମଲେଇ, ପଥରବଣୀ, ଖୋଳାଖାଳି, ତାଳସର, ନୂଆପଲ୍ଲୀ, ମୋଟାବାଡି, ଗୌଡିଆବୋରଦା, କାନସାରଳା ଆଦି ସ୍ଥାନରେ ୮ଟି ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳ ଖୋଲାଯାଇ ୪୯୦ ଜଣଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯାଇଛି। ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।ଅନ୍ୟପକ୍ଷରେ, ଆଶ୍ରୟସ୍ଥଳଗୁଡ଼ିକରେ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସୁବିଧାର ସ୍ଥିତି ଅନୁଧ୍ୟାନ କରିଛନ୍ତି ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର ଏବଂ ତହସିଲଦାର ତାପସ କୁମାର ରାଉତ । ଆଶ୍ରୟସ୍ଥଳ ବୁଲି ଦେଖିବା ସହ ଲୋକଙ୍କ ସୁବିଧା ଓ ଖାଦ୍ୟ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ପରଖିଛନ୍ତି ଅଧିକାରୀମାନେ।ବିପଦ ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା ଏବଂ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନର ଏହି ପଦକ୍ଷେପ ଗୁରୁତ୍ୱ ବହନ କରୁଛି। ତେବେ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।

