ଫୁଲବାଣୀ,୦୪।୧୧(ସୁନୀଲ ପଟ୍ଟନାୟକ):ଗତ ଦୁଇ ଦଶନ୍ଧି ଧରି ଆଦିବାସୀ ହରିଜନ ତଥା ପଛୁଆ ବର୍ଗ ର ଛାତ୍ର ଛାତ୍ରୀ ଙ୍କ ସୁନ୍ଦର ତଥା ଉଜ୍ବଳ ଭବିଷ୍ୟତ ଗଠନ ଦିଗରେ ନୂତନ ଦିଶା ଦେଖାଉଛି କନ୍ଧମାଳ ଜିଲ୍ଲାର ଜିଦୟଗିରି ବ୍ଲକ ର କଳିଙ୍ଗା ଠାରେ ଥିବା ଭିଜନ ଇଣ୍ଡିଆ l ଭିଜନ ଇଣ୍ଡିଆ ର ଦି ଇଡେନ ପବ୍ଲିକ ସ୍କୁଲ ରେ ନର୍ସରୀ ରୁ ଆରମ୍ଭ କରି ଦଶମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ମାନଙ୍କୁ ଇଂରାଜୀ ମାଧ୍ୟମ ରେ ଶିକ୍ଷା ପ୍ରଦାନ କରାଯାଏ l ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏଠାରେ ନିରନ୍ତର ଶିକ୍ଷା ଦାନ କରନ୍ତି l ଏଠାରେ ଛାତ୍ର ଛାତ୍ରୀ ମାନଙ୍କ ମାଗଣା ରହିବା ଖାଇବା ସହ ଗୁଣାତ୍ମକ ଶିକ୍ଷା ଦାନ ର ବ୍ୟବସ୍ଥା ରହିଛି l ଛାତ୍ର ଛାତ୍ରୀ ଙ୍କ ପାଇଁ ଉନ୍ନତ ମାନର ଲାଇବ୍ରେରୀ ସହ କମ୍ପୁଟର ଶିକ୍ଷା ସାଙ୍ଗକୁ କୋଚିଂ ର ବ୍ୟବସ୍ଥା ମଧ୍ୟ ରହିଛି l ସେହିପରି ଖେଳ କୁଦ ସହ ନିୟମିତ ଯୋଗ ଶିକ୍ଷା ଦିଆଯାଉଛି l ଉତ୍ତମ ପରିବେଶ, ଶିକ୍ଷାଦାନ ପିଲା ଓ ଅବିଭାବକ ଙ୍କୁ ବେଶ ଆକୃଷ୍ଟ କରୁଛି ଏହି ଅନୁଷ୍ଠାନ l ଭିଜନ ଇଣ୍ଡିଆ ର ମୁଖ୍ୟ ପରିଚାଳକ ତଥା ସମାଜ ସେବୀ ତରୁଣ ନାୟକ ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, ଆଗ୍ରହ, ସୋଚ୍ଚଟତା ଯୋଗୁଁ ଇଡେନ ପବ୍ଲିକ ସ୍କୁଲ ର ପୂର୍ବପେକ୍ଷl ଉନ୍ନତି ହେବା ସହ ପିଲାଙ୍କ ରେଜଲ୍ଟ ମଧ୍ୟ ଭଲ ହେଉଛି l ଫଳରେ ଦିନକୁ ଦିନ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l

