ଫୁଲବାଣୀ,୫/୦୪:(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା କୋଟଗଡ ଥାନା ପୋଲିସ ୩ଜଣ କୁଖ୍ୟାତ ଚୋର ଙ୍କୁ ଗିରଫ କରିଛି l ସେମାନଙ୍କ ନିକଟ ରୁ ୪ଟି ମଙ୍ଗଳ ସୂତ୍ର, ଗୋଟେ କାନ ଫୁଲ, ରୂପା ଚେନ, ବ୍ରେସ ଲେଟ, ରୂପା ମୁଦି ଆଦି ଜବତ କରିଛି l ଏଥି ସହ ଦୁଇଟି ମୋଟର ସାଇକେଲ, ନଗଦ ୨୫ହଜାର ୭୦୦ଟଂକା, ଓ ୩ଟି ମୋବାଇଲ୍ ଫୋନ ମଧ୍ଯ ଜବତ କରିଛି ପୋଲିସ l ଗିରଫ ୩ଜଣ ଚୋର ନବରଙ୍ଗ ପୁର ଜିଲ୍ଲାର ବୋଲି କୁହାଯାଉଛି l ଗତ ୨୩ରେ କୋଟଗଡ ଥାନା ରେଟl ବାଲି ଗ୍ରାମର ପବିତ୍ର ନାୟକ ଙ୍କ ଘରୁ ଚୋରୀ କରିଥିଲେ l ଘରେ କେହି ନଥିବା ସୁଯୋଗ ରେ ଚୋର ମାନେ ସୁନା ରୂପା ସହ ନଗଦ ଲକ୍ଷେ ଟଙ୍କା ଧରି ଚଂପଟ୍ଟ ମାରିଥିଲେ l ଏ ନେଇ ଅଭିଯୋଗ ହେବା ପରେ ବାଲିଗୁଡ଼ା ଏସ ଡି ପି ଓ ଶୁଭମ୍ ଭୋସଲେ ଙ୍କ ନିର୍ଦେଶ ରେ କୋଟଗଡ ଥାନା ଅଧିକାରୀ ସମ୍ବିତ ସ୍ବାଇଁ ଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଛନଭିନ କରଯାଇଥିଲା l ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳ ରୁ ଏହି ୩ଜଣ ଚୋର ଗ୍ୟାଙ୍ଗ କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା l ଥାନା ଅଧିକାରୀ ସମ୍ବିତ ସ୍ବାଇଁ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଚୋର ମାନେ ଗିରଫ ହେବl ସହ ଚୋରୀ ସାମଗ୍ରୀ ଉଦ୍ଧାର ହୋଇଥଲା l ଏହି ଦଳ ସଂମ୍ପୃକ୍ତ ଅଞ୍ଚଳ ର ଆଉ କାହା ଘରେ ପଶି ଚୋରୀ କରିଛନ୍ତି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି l

