ବୁଗୁଡ଼ା,୧୨।୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ଏନ୍.ଏ.ସି ମେନ୍ ରୋଡ଼୍ ମେଡିକାଲ ଛକ ନିକଟରେ ମଙ୍ଗଳବାର ଦିନ ନୂତନ ୱାନ୍ ଗ୍ରାମ୍ ଗୋଲ୍ଡ ଜୁଏଲାରୀ ଏବଂ ସମ୍ବଲପୁରୀ ଶାଢ଼ୀ ସୋରୁମ୍ ର ଶୁଭାରମ୍ଭ ହୋଇ ଯାଇଛି । ପ୍ରଥମେ ଠାକୁରଙ୍କ ପୂଜାପାଠ ସମ୍ପାଦନ ପରେ ଉକ୍ତ ଦୁଇ ସୋରୁମ୍ କୁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉତ୍ସାହୀ ଯୁବକ ଓ ଗ୍ରାହକ ମାନଙ୍କ ସମେତ ସୋରୁମ୍ ର ମାଲିକ ଉପସ୍ଥିତ ଥିଲେ ।

