ବୋଲଗଡ,୧୩/୦୪(ସୁଶାନ୍ତ କୁମାର ପ୍ରଧାନ):ରାଜ୍ୟରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି I ଫଳରେ ପ୍ରଚଣ୍ଡ ରୌଦ୍ର ତାପରେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଉତ୍ତାପର ରେକଡ଼ ଭାଙ୍ଗୁଛି I ରାଜ୍ୟ ସରକାରଙ୍କ ବିଭାଗୀୟ ଗଣନା ଅନୁସାରେ ଆରମ୍ଭରୁ ୪ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଗଣ ମାଧ୍ୟମରେ ଜଣା ପଡିଛି I ଚଳିତ ବର୍ଷ କେଵଳ ମୌସୁମୀ ବୃଷ୍ଟିପାତ ହେବା ବ୍ୟତୀତ ଲମ୍ବା ସମୟ ବର୍ଷା ନ ହେବା ଫଳରେ ଉତ୍ତାପ ବୃଦ୍ଧିର ମୁଖ୍ୟ କାରଣ ହୋଇପଡିଛି I ଗତ କିଛି ଦିନ ଧରି ଅପରାହ୍ନ ଅଦିନିଆ କାଳ ବୈଶାଖୀ ବର୍ଷା ଯୋଗୁଁ ଗୁଳୁଗୁଳି ବୃଦ୍ଧି ପାଇବା ଯୋଗୁଁ ଛାତ୍ର ଛାତ୍ରୀମାନେ ଏହାର ସମ୍ମୁଖୀନ ହେଉଛନ୍ତି I ଏହା ଫଳରେ ଅଧ୍ୟୟନ କରୁଥିବା କୋମଳମତି ଶିଶୁ ଓ ଛାତ୍ର ଛାତ୍ରୀମାନେ ଶାରୀରିକ ସ୍ୱାସ୍ଥ୍ୟ ଗତ ତଥା ଅଂଶୁଘାତ ହେବାର ଆଶଙ୍କାକୁ ନେଇ ବୋଲଗଡ ବ୍ଲକର ବୁଦ୍ଧିଜୀବୀ ପ୍ରକାଶ କରିଅଛନ୍ତି I ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ପ୍ରଚଣ୍ଡ ରୌଦ୍ର ତାପ ଏଭଳି ଭାବରେ ବୃଦ୍ଧି ପାଇଛି I ସକାଳ ୮ଟା ସମୟ ହେଲେ ପ୍ରଚଣ୍ଡ ଖରାରେ ଘରୁ ବାହାରିବା କଷ୍ଟକର ହୋଇପଡିଛି I ଅନ୍ୟ ପଟେ ବିଭିନ୍ନ କାରଣ ମଧ୍ୟରେ ମୌସୁମୀ ବର୍ଷା ପରେ ଲମ୍ବା ସମୟ ଧରି ବୃଷ୍ଟି ପାତ ହେବା ସୌଖିନି ଅଟ୍ଟାଳିକା,ରାସ୍ତା ଘାଟ ନିର୍ମାଣ ଏବଂ ବୋଲଗଡ ବ୍ଲକ ଗ୍ରାମାଞ୍ଚଳ ରାସ୍ତା ତଥା ପ୍ରମୁଖ ରାସ୍ତା ଗୁଡିକରେ ବନିକରଣ ନ ହେବା ଫଳରେ ଉତ୍ତାପ ବୃଦ୍ଧି ହେବା ପ୍ରମୁଖ କାରଣପାଲିଟିଛି I ବୋଲଗଡ ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ର ତାପ ଦୃଷ୍ଟି କୋଣରୁ ଶିକ୍ଷାଅନୁଷ୍ଠାନ ଗୁଡିକରେ ଗ୍ରୀଷ୍ମ ଅବକାଶ ଛୁଟି ପାଇଁ ଜନସାଧାରଣମାନେ ଅଭିଭାବକ ଓ ଜନ ସାଧାରଣମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଅଛନ୍ତି I

