ଫୁଲବାଣୀ,୬/୦୫,(ସୁନୀଲ ପଟ୍ଟନାୟକ):ଯକ୍ଷ୍ମା ମୁକ୍ତ ଭାରତ ଗଠନ ସ୍ବପ୍ନ ସାକାର କରିବା ଲକ୍ଷ୍ୟ ରଖି ଫୁଲବାଣୀ ସର୍କଲ ଜେଲ୍ ରେ ଏକ ସଚେତନତା ଓ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଜେଲ ର ପ୍ରାୟ ୮୨ ଜଣ ଅନ୍ତେବାସୀ ଙ୍କ ଯକ୍ଷ୍ମା ରୋଗ ର ନିଦାନ ପାଈଁ ଛାତି ରେ ଏକ୍ସ ରେ କରାଯାଇ ରୋଗ ନିରୂପଣ କରଯାଇଥିଲା l ସେହିପରି ପର୍ଯ୍ୟାୟ କ୍ରମେ ଜି ଉଦୟ ଗିରି ଓ ବାଲିଗୁଡ଼ା ଉପ କାରାଗାର ରେ ମଧ୍ଯ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଦର ମହକୁମା ଡାକ୍ତର ଖlନା ର ଟିବି ଏଚ ଆଇ ଭି ସଂଯୋଜକ ସୁନୀଲ କୁମାର ପାତ୍ର, ଜିଲ୍ଲା ପି ପି ଏମ ସଂଯୋଜକ ଅମିତ ବିଷୋୟୀ, ଅନିତା ରାୟ, ଜେଲ ସୂପରିଁ ଟେଣ୍ଡଣ୍ଟ ସତ୍ୟ ପ୍ରକାଶ ସ୍ବାଇଁ, ଜେଲର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l

