ବୋଲଗଡ,୬/୫,(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କଅଁରପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ହୋତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ପରମାନନ୍ଦ ହୋତା ପୌରୋହିତ୍ୟ କରିଥିବାବେଳେ ଶିକ୍ଷକ ହୃଷିକେଶ ଚମ୍ପତି ସଂଯୋଜନା କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଯୋଗଦାନ କରି ସ୍ଵରଚିତା କବିତା ମାଧ୍ୟମରେ ଶ୍ରୀ ହୋତାଙ୍କର ସୁଗୁଣାବଳୀ ବର୍ଣ୍ଣନା କରିଥିଲେ।ପ୍ରାକ୍ତନ ବୋଲଗଡ଼ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପଦ୍ମ ଚରଣ ବେହେରା ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ପଣ୍ଡା, ଶିକ୍ଷକ ନେତା ପ୍ରସନ୍ନ କୁମାର ଶ୍ରୀଚନ୍ଦନ ଏବଂ ଭାବଗ୍ରାହୀ ପାଣିଗ୍ରାହୀ,ପ୍ରାକ୍ତନଗୋଷ୍ଠୀ ଶିକ୍ଷା ଅଧିକାରୀ ବିଷ୍ଣୁ ପ୍ରସାଦ ମିଶ୍ର, ପ୍ରଧାନ ଶିକ୍ଷକ ବନମାଳି ସାହୁ, ସୌରୀ ପାତ୍ରଓ ଅବସରପ୍ରାପ୍ତ ଶିକ୍ଷକ ଅପର୍ତ୍ତି ଅଟ୍ଟ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଉକ୍ତ ସଭାରେ ସ୍ଵର୍ଣ୍ଣଲତା ପଣ୍ଡା,ପ୍ରଫୁଲ୍ଲସିଂହ, ଦୁର୍ଗା ପ୍ରସାଦ ସୁବୁଦ୍ଧି, ଭିକାରୀ ପୁଷ୍ଟି, ସୁକାନ୍ତ ଜେନା ଭାଗବତ ପ୍ରସାଦ ପାଣ୍ଡେ ଙ୍କ ସମେତ ପ୍ରାୟ ଦୁଇ ଶତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂଗ୍ରାମର ଅଧିକାଂଶ ପୁରୁଷ ମହିଳା ଓ ପୁରାତନ ବିଦ୍ୟାର୍ଥୀ ଉପସ୍ଥିତ ରହିଥିଲେ। ପରିଶେଷରେ ସମ୍ପୃକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁକାନ୍ତକୁମାର ନନ୍ଦ ସମସ୍ତଙ୍କୁ ଧନ୍ୟବାଦଅର୍ପଣ କରିଥିଲେ।

