ଫୁଲବାଣୀ,୦୬/୦୫,(ସୁନୀଲ ପଟ୍ଟନାୟକ):ଫୁଲବାଣିସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ନିମନ୍ତେ ହୋଇଥିବା ବାସଗୃହ ଆବଣ୍ଟନ ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପୂର୍ବତନ ଡିନ୍ ବା ଅଧ୍ୟକ୍ଷ ନରେନ୍ଦ୍ର ବେହେରା ଙ୍କୁ ଏହି ମହାବିଦ୍ୟାଳୟ ରେ କାର୍ଯ୍ୟରତ ନର୍ସ ମାନେ ସେମାନଙ୍କୁ ବାସଗୃହ ଆବଣ୍ଟନ କରି ଯୋଗେଇ ଦେବା ନିମନ୍ତେ ବାରମ୍ବାର ଲିଖିତ ଭାବେ ଜଣାଇବା ସତ୍ତ୍ୱେ ସେ ଏହି କଥା କର୍ଣ୍ଣପାତ କରି ନ ଥିଲେ । ଯେତେବେଳେ ଅନ୍ୟଜଣେ ଅଧ୍ୟକ୍ଷ ଏହି ମହାବିଦ୍ୟାଳୟ ରେ ଯୋଗ ଦେଉଥିବା ଖବର ପାଇଲେ ଅଧ୍ୟକ୍ଷ ଶ୍ର ବେହେରା କୁଆଡ଼େ ତରବରିଆ ଭାବେ ସବୁ ଆଇନ କୁ ଉଲଘଂନ କରି ବାସଗୃହ ଆବଣ୍ଟନ କରିଥିବା ଅଭିଯୋଗ ହୋଇଛି l ସୂଚନା ଯୋଗ୍ୟ ଯେ, ଏହି ବାସଗୃହ ଆବଣ୍ଟନରେ ରେ ସେହି କର୍ମଚାରୀ ମାନଙ୍କୁ ପଚରା ଯାଇନି କି ସାମିଲ କରାଯାଇ ନାହିଁ । ଅଧ୍ୟକ୍ଷ ଶ୍ରୀ ବେହେରା କିଛି ହାତ ଗଣତି ସହକର୍ମୀଙ୍କୁ ନେଇ ଲଟେରୀ କରିଛନ୍ତି ଓ ଲଟେରୀ ସେହି କର୍ମଚାରୀଙ୍କ ଦ୍ୱାରା ଉଠେଇ ବାସଗୃହ ଆବଣ୍ଟନ କରାଯାଇଛି ବୋଲି ଅଧ୍ୟକ୍ଷ ନରେନ୍ଦ୍ର ବେହେରା କହିଛନ୍ତି ତେବେ ଆବଣ୍ଟନ ରେ ସରକାରୀ ନୀତି ନିୟମ ପାଳନ ରେ ସ୍ୱଚ୍ଛତା ଓ ନିରପେକ୍ଷ ଅବଲମ୍ବନ ହୋଇଛି କି ନାହିଁ ତାହା ତଦନ୍ତ କଲେ ଜଣାପଡ଼ିବ l ଅନ୍ୟ ସ୍ଥାନ ଗୁଡିକ ରେ ଚାକିରୀ ରେ ଯୋଗଦେବା କ୍ରମାଙ୍କ ଅନୁସାରେ ନର୍ସ ମାନଙ୍କୁ ବାସଗୃହ ଆବଣ୍ଟନ କରାଯାଇଛି ତେଣୁ ବାସଗୃହ ଆବଣ୍ଟନ ପ୍ରକ୍ରିୟା କୁ ବାତିଲ କରି ନୂତନ ଭାବେ ଅଧ୍ୟକ୍ଷ ଙ୍କ ଦ୍ବାରା ଆବଣ୍ଟନ କରାଯାଉ ବୋଲି ଦାବୀ ହେଉଛି ।

