ଚିକିଟି, ୭/୫,(ନିଗମାନନ୍ଦ ପଣ୍ଡ): ବଡକେଳାଝୁରି ଉନ୍ନୀତ ହାଇସ୍କୁଲ ର ୨୫-୨୬ ଶିକ୍ଷାବର୍ଷ ପାଇଁ ମେଟ୍ରିକ ପରୀକ୍ଷା ରେ ପାସ ହାର ଶତ ପ୍ରତିଶତ ହୋଇଛି l ମୋଟ 21 ଛାତ୍ର /ଛାତ୍ରୀ ପରୀକ୍ଷା ଦେଇଥିଲେ l ସେଥିମଧ୍ୟରୁ ଏ-1-0,ଏ -2-1ଜଣେ,ଵି 1-3 ଜଣ,ଵି 2-5 ଜଣ,ସି ଗ୍ରେଡ଼ ରେ 8ଜଣ,ଡି ଗ୍ରେଡ଼ ରେ 2ଜଣ, ଇ ଗ୍ରେଡ଼ ରେ 2ଜଣ ଉତ୍ତୀର୍ଣ ହୋଇଛନ୍ତି l ବିଦ୍ୟାଳୟ ର ଛାତ୍ର ଦିଲ୍ଲୀପ ପ୍ରଧାନ ସର୍ବୋଚ୍ଚ ନଂ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ କୃତି ବିଦ୍ୟlର୍ଥୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ସୂଚନା ଯୋଗ୍ୟ ଏହି କି ଚିକିଟି ବ୍ଲକ ରେ ମୋଟ ୨୨ ଗୋଟି ଉଚ୍ଚ ବିଦ୍ୟାଳୟ ରହିଛି l ସେଥିମଧ୍ୟରୁ ୬ ଗୋଟି ହାଇସ୍କୁଲ ର ଶତ ପ୍ରତିଶତ ମେଟ୍ରିକ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l

