ଫୁଲବାଣୀ,୦୭/୦୫,(ସୁନୀଲ ପଟ୍ଟନାୟକ):ମାନସିକ ରୋଗୀ ମାନଙ୍କ ଚିକିତ୍ସା ସହ ଆବଶ୍ୟକ ସ୍ଥଳେ ଇଣ୍ଡୋର୍ ରଖି ଚିକିତ୍ସା କରିବା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନl ରେ ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ବିଭାଗ ଖୋଲିଛି ହେଲେ ନା ମାନସିକ ସ୍ଵାସ୍ଥ୍ୟ କେନ୍ଦ୍ର ନିୟମିତ ଖୋଲୁଛି ନା ଡାକ୍ତର ନିୟମିତ ଆସୁଛନ୍ତି l ରୋଗୀ ମାନେ ଚିକିତ୍ସା ପାଇଁ ଆସି ଅପେକ୍ଷା କରି କରି ଫେରୁଛନ୍ତି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ସପ୍ତାହ ରେ ୫ ଦିନ ଡାକ୍ତର ଆସିବା କଥା କିନ୍ତୁ ଆସୁନଥିବା ଓ ରୋଗୀ ମାନେ ହନ୍ତସନ୍ତ ହେଉଥିବା ନେଇ ସ୍ଥାୟୀ ଆମ ଆଦମୀ ପାର୍ଟି ଜିଲ୍ଲା ମୁଖ୍ୟ ତଥା ସମାଜ ସେବୀ ଗିରିଶ ପଟନାୟକ ଅଭିଯୋଗ କରିଛନ୍ତି l ରାଜ୍ୟ ସରକାର ଓ ସ୍ଵାସ୍ଥ୍ୟ ସଚୀବ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ପଟ୍ଟନାୟକ ଦାବୀ କରିଛନ୍ତି l ସେହିପରି ଜିଲ୍ଲା ସିଟି ଜେନ ଫୋରମ୍ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ ଅରୂପ ଜେନା ମଧ୍ଯ ମାନସିକ ସ୍ଵାସ୍ଥ୍ୟ କେନ୍ଦ୍ର ନିୟମିତ ଖୋଲି ବା ପାଇଁ ଦାୟିତ୍ବ ରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଓ ସ୍ଵାସ୍ଥ୍ୟ ଅଧିକାରୀ, ରାଜ୍ୟ ମୁଖ୍ୟ ମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l

