ଫୁଲବାଣୀ,୭/୦୫,(ସୁନୀଲ ପଟ୍ଟନାୟକ):ଘରେ କେହି ନଥିବା ବେଳେ ଗୋଟିଏ ପରିବାରର ୪/୫ସଦସ୍ୟ ଘରେ ପଶି ପ୍ରଥମେ ଗାଳିଗୁଲଜ ଓ ପରେ ମାର ଧର କରିବାସହ ହତ୍ୟା ଧମକ ଦେବା ନେଇ ପୀଡ଼ିତା ଥାନାରେ ଏତଲା ଦେଇଥିଲେ ମଧ୍ଯ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରି ଘଣ୍ଟ ଘୋଡ଼ା ଉଥିବା ଅଭିଯୋଗ ହେଉଛି l ଫଳରେ ପୀଡ଼ିତା ପରିବାର ଭୟରେ ଗାଁ ଛାଡ଼ି ବାଲିଗୁଡ଼ା ଏଡିପିଓ କାର୍ଯ୍ୟାଳୟ ନିକଟରେ ଆଶ୍ରୟ ନେଇଥିବା ଜଣା ପଡିଛି l ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଦାରିଂବାଡ଼ି ଥାନା ଅନ୍ତର୍ଗତ କିରିକୁଟି ଗ୍ରାମରେ l ଗ୍ରାମର ଉସ୍ମାନ ଗନ୍ତାୟତ ର ସ୍ତ୍ରୀ ନିର୍ମlଲି ଗନ୍ତାୟତ ଘରେ ଏକାକୀ ଥିବାବେଳେ ଗ୍ରାମର ମାଧବ ନାୟକ ଙ୍କ ପରିବାର ର ୪/୫ଜଣ ଆସି ଜବରଦସ୍ତ ଘରେ ପଶି ଗାଳିଗୁଲଜ, ମାର ଧର କରିବା ସହ ଜୀବନରେ ମାରିଦେବୁ, ଘରେ ନିଆଁ ଲଗାଇ ଦେବୁ ବୋଲି କହି ଧମକ ଦେଇ ଥିଲେ l ଏ ନେଇନିର୍ମାଲି ଦାରିଂବାଡ଼ି ଥାନାରେ ଏତଲା ଦେଇଥିଲେ l ପୋଲିସ ଏତଲା ପାଇବା ପରେ ଭାରତୀୟ ନ୍ୟାୟ ସଂହିତା ୧୨୬(୨),୧୧୫(୨),୨୯୬,୭୪,୩୨୪(୪)୩୫୧(୨),୩(୫) ରେ ମାମଲା ରୁଜୁ କରି ତଦନ୍ତ କରୁଛି l ତେବେ ଏହି ମାମଲାରେ ପୋଲିସ କାହାରିକୁ ଏଯାଏଁ ଗିରଫ କରି ନ ଥିବା ପୀଡ଼ିତା ଙ୍କ ପରିବାର ଅଭିଯୋଗ କରିଛନ୍ତିl ପୀଡ଼ିତା ଙ୍କ ପରିବାର ଜୀବନ ଭୟରେ ନ ଖାଇ ନ ପିଇ ବାଲିଗୁଡ଼ା ଏସ ଡି ପି ଓ କାର୍ଯ୍ୟାଳୟ ନିକଟ ରେ ଆଶ୍ରୟ ନେଇଥିବା କୁହାଯାଉ ଛି l ସେମାନଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବା ସହ ନ୍ୟାୟ ପ୍ରଦାନ କରିବା ପାଇଁ ସେମାନେ ପୋଲିସ କୁ ଗୁହାରୀ କରିଛନ୍ତି l କଂଧମାଳ ଏସପି ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

