ଚିକିଟି,୭/୫,(ନିଗମା ନନ୍ଦ ପଣ୍ଡା ): ମାଧବନ୍ଧ ଉତ୍କଳମଣି ହାଇସ୍କୁଲ ର ୨୫-୨୬ ଶିକ୍ଷାବର୍ଷ ପାଇଁ ମେଟ୍ରିକ ପରୀକ୍ଷା ରେ ପାସ ହାରଦୀର୍ଘ ଛଅ ବର୍ଷ ପରେ ଶତ ପ୍ରତିଶତ ହୋଇଛି l ମୋଟ 64ଛାତ୍ର /ଛାତ୍ରୀ ପରୀକ୍ଷା ଦେଇଥିଲେ l ସେଥିମଧ୍ୟରୁ ଏ-1-0,ଏ -2-2ଜଣ,ଵି 1-1ଜଣ,ଵି 2-4 ଜଣ,ସି ଗ୍ରେଡ଼ ରେ 16ଜଣ,ଡି ଗ୍ରେଡ଼ ରେ 31ଜଣ, ଇ ଗ୍ରେଡ଼ ରେ 10ଜଣ ଉତ୍ତୀର୍ଣ ହୋଇଛନ୍ତି l ବିଦ୍ୟାଳୟ ର ଛାତ୍ରୀ ସ୍ମିତା ଗୌଡ଼ ସର୍ବୋଚ୍ଚ 503ନଂ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ପ୍ରଜ୍ଞା ପାଢ଼ୀ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କୃତି ବିଦ୍ୟlର୍ଥୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ସୂଚନା ଯୋଗ୍ୟ ଏହି କି ଚିକିଟି ବ୍ଲକ ରେ ମୋଟ ୨୨ ଗୋଟି ଉଚ୍ଚ ବିଦ୍ୟାଳୟ ରହିଛି l ସେଥିମଧ୍ୟରୁ ୬ ଗୋଟି ହାଇସ୍କୁଲ ର ଶତ ପ୍ରତିଶତ ମେଟ୍ରିକ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l

