ଫୁଲବାଣୀ,୧୮/୦୫,(ସୁନୀଲ ପଟ୍ଟନାୟକ):ସୋମବାର ଟିକାବାଲି – ପାବୁ ରିଆ ରାସ୍ତାରେ ଏକ ଯାତ୍ରୀବାହୀ ବସ ସହ ଏକ କାର ମୁହାଁ ମୁହିଁ ଧକ୍କା ହେବା ଫଳରେ କାର ର ସମ୍ମୁଖ ଭାଗ ନଷ୍ଟ ହୋଇଯିବା ସହ କାର୍ ଟି ପୋଲ ତଳକୁ ଝୁଲି ରହିଥିଲା l ତେବେ କାର ର ଯାତ୍ରୀ ମାନେ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସି ଥିଲେ l ତେବେ ପୋଲ ଟି ସଂକୀର୍ଣ୍ଣ ଥିବାରୁ ଦୁଇଟି ଗାଡି ଯାଇ ନ ପାରି ଧକ୍କା ହୋଇଥିବା କୁହାଯାଉଛି l ଖବର ପାଇ ଟିକାବାଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

