ଫୁଲବାଣୀ,୨୯/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣ ପlଦ ଅଞ୍ଚଳ ର ଗୁରୁପ୍ରସାଦ ସାହୂ ପାଇଲେ ଓ ଏ ଏଏସ l ଗୁରୁ ପ୍ରସାଦ ୧୧୫ନମ୍ବର ରେଙ୍କ ରଖି କୃତିତ୍ୱ ହlସଲ କରିଛନ୍ତି l ଗୁରୁ ପ୍ରାସାଦ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ସlର୍ତlଗୁଡ଼ା ସ୍କୁଲ ରେ ଶିକ୍ଷକ ଅଛନ୍ତି l ତାଙ୍କର ଦୃଢ଼ ସଂକଳ୍ପ, ନିଷ୍ଠା, ମନୋବଳ ଓ ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଏ ସଫଳତା ଆଣି ଦେଇଥିବା କହିଛନ୍ତି ସେ l ଏ ସଫଳତା ପାଇଁ ବିଭାଗୀୟ ଅଧିକାରୀ, ପିତାମାତା ,ଗୁରୁଜନ, ସାଙ୍ଗ ସାଥି ଙ୍କୁ ଶ୍ରେୟ ଦେଇ ଛନ୍ତି l ତୃତୀୟ ଥର ପରୀକ୍ଷା ଦେଇ ସେ ଏ ସଫଳତା ହାସଲ କରିଥିବା କହିଛନ୍ତି ଗୁରୁପ୍ରସାଦ l ଶିକ୍ଷକତା କରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣା ର ଶିକାର ହୋଈ ସେ ଶାରୀରିକ ଅକ୍ଷମ ହୋଇଯାଇଛନ୍ତି l ତେବେ ଦୃଢ଼ ମନୋବଳ ଦେଇଛି ଏହି ସଫଳତା l ସେ ପିଲାଙ୍କୁ ଉଚିତ୍ ଶିକ୍ଷାଦାନ କରିବା ସହ ବାକି ସମୟ ରେ ଓ ଏ ଏସ ପାଈଁ ପ୍ରସ୍ତୁତ ହେଉଥିଲେ l ଗୁରୁ ପ୍ରସାଦ କନ୍ଧମାଳ ଭଳି ପଛୁଆ ଜିଲ୍ଲାରେ ପାଠ ପଢି ଥିବlରୁ ସେ ଆଦିବାସୀ ତଥା ପଛୁଆ ବର୍ଗ ଲୋକଙ୍କ ଉନ୍ନତୀ ତାଙ୍କର ପ୍ରାଥମିକତା ହେବ ବୋଲି କହିଛନ୍ତି l ଗୁରୁପ୍ରସାଦ ଏହି ସଫଳତା ପାଇବା ପରେ ଚକାପାଦ ଓ ବ୍ରାହ୍ମଣ ପାଦ୍ ଅଞ୍ଚଳ ରେ ଖୁସିର ଲହରୀ ଖେଳିଯାଇଛି l ସଫଳତା ହାସଲ ପରେତାଙ୍କ ନିକଟ କୁ ସାଙ୍ଗ ସାଥି ବନ୍ଧୁବାନ୍ଧବ, ସମ୍ପର୍କୀୟ ପକ୍ଷରୁ ଶୁଭେଚ୍ଛା ର ସୁଅ ଛୁଟିଛି l

