ଫୁଲବାଣୀ,୩୦/୦୫,(ସୁନୀଲ ପଟ୍ଟନାୟକ):ମ ନରେଗା ଯୋଜନାରେ ଗ୍ରାମର ମେଟ ଜରିଆରେ ଜବ କାର୍ଡ ଧାରୀ ଶ୍ରମିକ ମାନଙ୍କୁ କାମ ଧନ୍ଦା ଯୋଗାଇ ଦେବା ନିୟମ ଥିଲେ ମଧ୍ୟ କେତେକ ଅଞ୍ଚଳରେ ଏହାର ଉଲଘଂନ କରାଯାଉଥିବା ଅଭିଯୋଗ ହେଉଛି l କେତେକ ସ୍ଥାନରେ ଠିକାଦାର ଙ୍କ ଦ୍ଵାରା ନିର୍ମାଣ କାର୍ଯ୍ୟ କରାଯାଉଥିବା ରୁ କାମ କୁଆଡ଼େ ଏତେଟା ଭଲ ହେଉନଥିବା ଅଭିଯୋଗ ହେଉଛି l ଜିଲାର ଚକାପାଦ ବ୍ଲକ ଆରlବକା ପଂଚାୟତ ରେ ମ ନରେଗା ଯୋଜନା ରେ ନିର୍ମିତଏକ ଡ୍ରେନ କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଏହି ପଂଚାୟତ ରେ ୨୦୨୫-୨ ୬ମସିହା ରେ ୭ଲକ୍ଷ ୨୦ହଜାର ଟଂକା ବ୍ୟୟ ରେ ଏକ ଡ୍ରେନ ନିର୍ମାଣ କାର୍ଯ୍ୟ ରେ ଅନିୟମିତତା ଅଭିଯୋଗ ହେଉଛି l କାର୍ଯ୍ୟ ସରିଯାଇଥିବା କୁହାଯାଉଥିବା ବେଳେ ଉକ୍ତ ସ୍ଥାନ ରେ ଥିବା ଡିସ ପ୍ଲେ ବୋର୍ଡ ରେ କାର୍ଯ୍ୟ ଆରମ୍ଭ ଓ ଶେଷ ନେଇ କିଛି ଲେଖା ହୋଇନି l ସେହିପରି ଶ୍ରମିକ ଅଂଶ ବାବଦ ଅର୍ଥ ୧ଲକ୍ଷ ୫୯ହଜାର ୮୯୩ଟଂକା ୮୩ପଇସା ଦର୍ଶାଯାଇଥିବା ବେଳେ ସାମଗ୍ରୀ ଅଂଶ ବାବଦ ଅର୍ଥ ଲେଖା ହୋଇନି l ଯାହା ଗ୍ରାମବାସୀ ଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି l ପଂଚାୟତ ଦାୟିତ୍ବ ରେ ଥିବା ପଂଚାୟତ ନିର୍ବାହୀ ଅଧିକାରୀ ଓ ଏ ଡିଓ ମିଶି କୁଆଡେ ମନ ଇଚ୍ଛା କାମ କରୁଥିବା ଅଭିଯୋଗ ହେଉଛି l ଏହି ପଂଚାୟତ ରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ର ଉଚ୍ଚ ସ୍ତରୀୟ ତଦନ୍ତ କରି ଏଥି ରେ ସଂପୃକ୍ତ ଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି l ଏ ସଂପର୍କରେ ପି ଇ ଓ କଣ କହୁଛନ୍ତି ଜାଣିବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା l

