ବୁଗୁଡ଼ା,୩୧/୦୫,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ମୂର୍ତ୍ତିଶିଳ୍ପୀ, ପଟ୍ଟଚିତ୍ର ଓ ରଙ୍ଗତୁଳୀ କଳାକାର ସଂଘ ପକ୍ଷରୁ ବ୍ଳକ ସ୍ତରୀୟ ବୈଠକ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ଉପସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ସମ୍ପାଦକ ହିନ ସ୍ବାଇଁ, ସହ ସମ୍ପାଦକ ଅକ୍ଷୟ କୁମାର ସାହୁ, କୋଷାଧ୍ୟକ୍ଷ ଭଗବାନ ବେହେରା, ବେଲଗୁଣ୍ଠା ସଭାପତି ଶିବରାମ ରାଉତ, ରବିନାରାୟଣ ପଣ୍ଡା, ଭାଗ୍ଯ ମଲିକ, ଗୋପାଳକୃଷ୍ଣ ଜେନା, ଦେବାନନ୍ଦ ନାୟକ, ସୁକାନ୍ତ ବିଷୋୟୀ, ସନାତନ ଗୌଡ଼, ଅରୁଣ ବାଡତ୍ଯା ସମେତ ବେଗୁନିଆ ପଡ଼ା, କବିସୂର୍ଯ୍ୟନଗର, ପୁରୁଷୋତ୍ତମ ପୁର ବିଭିନ୍ନ ବ୍ଳକର କର୍ମକର୍ତ୍ତା ମାନେ ଉକ୍ତ ବୈଠକରେ ଯୋଗଦାନ କରିଥିଲେ। ଅନୁଷ୍ଠିତ ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିବା ବେଳେ ମୁଖ୍ୟ ପ୍ରସଙ୍ଗ ସଙ୍ଗଠନକୁ ସୁଦୃଢ କରିବା, ସମାଜସେବା କ୍ଷେତ୍ରରେ ବୃକ୍ଷ ରୋପଣ, ପରିବେଶକୁ ସ୍ବଚ୍ଛତା ଦିଗରେ ସମାଜକୁ ସଚେତନତା କରିବା ଭଳି ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ବୁଗୁଡ଼ା ବ୍ଲକ କଳାକାର ସଂଘର ସଭାପତି ବସନ୍ତ କୁମାର ମହାରଣା ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ଉପସ୍ଥିତ ଥିବା କଳାକାର ମାନେ ସହଯୋଗ କରିଥିବା ଜଣାପଡ଼ିଛି।

