ବୁଗୁଡ଼ା,୦୧/୦୬,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ର ଏକ ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଇନ୍ଫୋଟେକ୍ କମ୍ପ୍ୟୁଟର ଏଜୁକେଶନ ବାଲିପଦର ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନ୍ତରପଡା ମାଆ ଶାଙ୍କୁଳାଇ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଛାତ୍ର ଓ ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ଗ୍ରୀଷ୍ମ ଅବକାଶ ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ କାହୁଁ ଚରଣ ଗୌଡ, ମୁଖ୍ୟ ବକ୍ତା ଭାବରେ ମହେନ୍ଦ୍ର ପ୍ରସାଦ ପଣ୍ଡା(ଓସସିଆଇଟ, ବାଲିପଦର), ଇଂ.ସର୍ଭିସ ଆଚାରୀ(ସତ୍ୟସାଇ ଆଇ.ଟି.ଆଇ, ବାଲିପଦର), ମହିମା ନାୟକ(ଇନ୍ଫୋଟେକ୍ କମ୍ପ୍ୟୁଟର, କେନ୍ଦୂପଦର ), ଲିପୁନ୍ ପାଣିଗ୍ରାହୀ, ରାଜୀବ ସ୍ୱାଇଁ, (ଗୋବର ବି. ସି.ସି କମ୍ପ୍ୟୁଟର), ସୁଶାନ୍ତ ସେଠୀ, ଚନ୍ଦ୍ର ଶେଖର ସେଠୀ, ଜିତେନ୍ଦ୍ର ଗୌଡ, ପବିତ୍ର ଭୋଳ(ଶିକ୍ଷକ), ସୁରେନ୍ଦ୍ର ଭୂୟାଁ, ରାକେଶ ଜେନା, ପ୍ରବୋଧ ରଥ(ଚିଫ୍ଟେକ୍,ବୁଗୁଡ଼ା), ପ୍ରସାଦ କୁମାର ଆପଟ, ବିମଳ କୁମାର ଖଟେଇ, ବାବୁ ପ୍ରଧାନ, ମିଟୁ ସ୍ୱାଇଁ, କାର୍ତ୍ତିକେଶ୍ୱର ଲେଙ୍କା(ଇନ୍ଫୋଟେକ୍ କମ୍ପ୍ୟୁଟର ଏଜୁକେଶନ, ବାଲିପଦର), ମୁକେଶ ଜେନା(ଇନ୍ଫୋଟେକ୍ କମ୍ପ୍ୟୁଟର ଏଜୁକେଶନ, ବାଲିପଦର), ରଶ୍ମିତା ଲେଙ୍କା, ଖୁସି ରାଉତ, ପ୍ରଗତି ଆପଟ, ତୁଳସୀ ପ୍ରଧାନ, ରେଶ୍ମା ପୃଷ୍ଟି, ରୁନି ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅତିଥି ମାନଙ୍କ ଅଭିଭାଷଣ ପରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅନୁଷ୍ଠାନ ମୁଖ୍ୟ କାର୍ତ୍ତିକେଶ୍ୱର ଲେଙ୍କା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

