ଫୁଲବାଣୀ,୦୨/୦୬:(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହରରେ ଦିନକୁ ଦିନ ମଦ୍ୟପ ମାନଙ୍କ ଦୌରତ୍ମ୍ୟ ବଢ଼ିବାରେ ଲାଗିଛି l ଦିନ ରାତି ରାସ୍ତା କଡ଼ରେ ବସି ମଦ ପିଇ କାଚ ବୋତଲ ସବୁ ମୁଖ୍ୟ ରାସ୍ତା କଡ଼ରେ ପକାଇଥିବା ଦେଖିବlକୁ ମିଳୁଛି l ସେହିପରି ନିଶା ପାନ କରି ବାଇକ ଗୁଡ଼ିକ ଦୃତ ଗତିରେ ଅଧିକ ଶବ୍ଦ କରି ଯାଉଛନ୍ତି l ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ଯ ଘଟାଉଛନ୍ତି l ଟାଉନ ପୋଲିସ ପକ୍ଷରୁ ଆଖି ଦୃଶିଆ ଚେକିଂ ନାହିଁ କି କାର୍ଯାନୁଷ୍ଠାନ ନାହିଁ l ଟାଉନ ଥାନା ପୋଲିସ ଶୋ ଇରହିଥିବl ନେଇ ଆଲୋଚନା ହେଉଛି l ବିଶେଷ କରି ଯୁବକ ମାନେ ସହରରେ ଥିବା ବିଭିନ୍ନ ମଦ ଦୋକାନ ରୁ ମଦ କିଣି ପାନ କରି ରାସ୍ତା କଡରେ ବୋତଲ ଫୋଫାଡ଼ିବା ନେଇ ସହର ର ବୁଦ୍ଧି ଜୀବି, ଆଇନଜୀବୀ, ସମାଜ ସେବୀ, ସାମ୍ବାଦିକ ଓ ବରିଷ୍ଠ ନାଗରିକ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି! ଟାଉନ ପୋଲିସ ତତ୍ପରତା ପ୍ରକାଶ କରି ପେଟ୍ର ଲିଂ କୁ କଡାକଡି କରିବା ସହ ଗାଡି ମୋଟର ଚେକିଙ୍ଗ କରିବା ଆବଶ୍ୟକ ବୋଲି ପିପୁଲ୍ସ ଫୋରମର ସଭାପତି ରାଧା ମୋହନ ମହାପାତ୍ର, ଜିଲ୍ଲା ପ୍ରେସ କ୍ଲବ ର ସଭାପତି ସୁନୀଲ କୁମାର ପଟ୍ଟନାୟକ, ସମାଜ ସେବୀ ଅଶୋକ ପରିଡା, ଅଶୋକ କୁମାର ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ଓ ବରିଷ୍ଠ ନାଗରିକ ନବ କିଶୋର ରଥ, ବଇଁଶୀଧର ପଣ୍ଡା ମତବ୍ୟକ୍ତ କରିଛନ୍ତି l

