ଫୁଲବାଣୀ,୨/୦୬,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଲ୍ୟାମ୍ପ ର ପରିଚାଳନା ନିର୍ଦେଶକ ଭୀମ ସେନ ସାହୁ ରବିବାର ଅବସର ଗ୍ରହଣ କରିଛନ୍ତି l ଏହି ଅବସରରେ ଡି ଆର୍ ସି ଏସ ସନ୍ତୋଷ କୁମାର ଦାସ ଙ୍କ ସମେତ ଏସ ଆର୍ ସି ଏସ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିବା ସହ ଦୀର୍ଘ ଜୀବନ କାମନା କରିଥିଲେ l ଏମ ଡି ଶ୍ରୀ ସାହୁ ୧୯୮୮ରେ ସମବାୟ ବିଭାଗ ଅଧୀନ ରେ ଚାକିରି ଜୀବନ ଆରମ୍ଭ କରି ୨୦୧୩ ରେ ଲ୍ୟl ମ୍ପ ପରିଚାଳନା ନିର୍ଦେଶକ ଭାବେ ସୁଚାରୁରୂପେ ଦାୟିତ୍ବ ତୁଲାଇଥିଲେ ଓ ନିଜର ଦକ୍ଷତା ପ୍ରତିପାଦନ କରିବା ଯୋଗୁଁ ୨୦୧୮,୨୦୨୩,୨୦୨୪,୨୦୨୫, ରେଜିଲ୍ଲାର ଶ୍ରେଷ୍ଠ ପରିଚାଳନା ନିର୍ଦେଶକ ଭାବେ ପୁରସ୍କୃତ ହୋଇଥିଲେ l ସେହିପରି ରାଜ୍ୟ ସ୍ତର ରେ ମଧ୍ଯ ପୁରସ୍କୃତ ହୋଇଥିଲେ ସାହୁ l

