ଖୋର୍ଦ୍ଧା,୦୨/୦୬,(କେଦାର ନାଥ ସାହୁ):ରାଜ୍ୟ ରେ ପ୍ରତିଦିନ ହିଂସା ବୃଦ୍ଧି ପାଉଛି। ମହିଳା ଏବଂ ନାରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବ ଦର୍ଶାଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ବସ୍ ଭଡ଼ା ବୃଦ୍ଧି ହୋଇଛି। ଏତଦ୍ ବ୍ୟତୀତ ରାଜ୍ୟ ରେ ଦୁଇ ବର୍ଷ କରି ଗଢା ଯାଇଥିବା ବିଜେପି ସରକାର ସବୁ କ୍ଷେତ୍ର ରେ ବିଫଳ ହୋଇଛି ବୋଲି ପ୍ରମୁଖ ବିରୋଧୀ ଦଳ ବିଜେଡି ଦଳ ପକ୍ଷ ରୁ ଅଭିଯୋଗ କରାଯାଇଚି। ରାଜ୍ୟ ବିଜେଡି ସଭାପତି ତଥା ବିରୋଧ ଦଳ ର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟ ରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ପ୍ରତିବାଦ ସଭା ଅନୁଷ୍ଠିତ ହେଉଛି। ଏହି ପରିପେକ୍ଷୀରେ ରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର କୁମାର୍ ସାହୁ ଙ୍କ ନେତୃତ୍ୱ ରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଆସନ୍ତା ଜୁନ୍ ମାସ ୫ତାରିଖ ରେ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେଡି ବରିଷ୍ଠ ଉପ ସଭାପତି ଦେବୀ ରଞ୍ଜନ ମିଶ୍ର, ପ୍ରତାପ କୁମାର ଜେନା, ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ମନ୍ମଥ କୁମାର ରାଉତରାୟ, ବିଜେଡି ଛାତ୍ର ସଭାପତି ଇପିଶିତା ସାହୁ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ,ଉପ ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ବିଜେଡି ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଶୁଭ କାନ୍ତ ମହାପାତ୍ର , ଯୁବ ନେତା ଅମିୟ କୁମାର ମହାନ୍ତି ଙ୍କ ସମେତ ଅନ୍ୟ ବିଜେଡି ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ସାହୁ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବିଜେପି ସରକାର ଅମଳ ରେ ରାଜ୍ୟ ରେ ଦରଦାମ୍ ବୃଦ୍ଧି ସହ ଅରାଜକତା, ହିଂସା ବୃଦ୍ଧି ପାଇଛି। ସବୁ କ୍ଷେତ୍ର ରେ ରାଜ୍ୟ ସରକାର ବିଫଳ ହୋଇଛି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ଗତ ଦୁଇ ବର୍ଷ ମଧ୍ୟ ରେ କୌଣସି ପ୍ରକାର ବିକାଶ ମୁଳକ କାର୍ଯ୍ୟ କରାଯାଇ ନାହିଁ। ପୂର୍ବ ବିଜେଡି ସରକାର ଅମଳ ରେ ମଞ୍ଜୁର ହୋଇଥିବା ବେଳେ ବିଭିନ୍ନ ପ୍ରକଳ୍ପ ଚାଲିଥିବା କାର୍ଯ୍ୟ ରେ ବିଲ୍ ପାସ୍ ବେଳେ ପିସି କାରବାର ଚାଲୁଛି। ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ରେ ବେଆଇନ କାର୍ଯ୍ୟ ଚାଲୁଛି। ଖୋର୍ଦ୍ଧା ଅଞ୍ଚଳ ରେ ଜୀବନ ଜୀବିକା ନିର୍ବାହ ପାଇଁ ମୁଖ୍ୟ ଭାବେ ପାହାଡ ଏବଂ କ୍ରଶର ଦିର୍ଘ ଦିନ ହେଲା ବନ୍ଦ ହୋଇ ପଡ଼ିଛି। ସହର କୁ ସରସ ସୁନ୍ଦର୍ କରିବା ପାଇଁ କ୍ୟାବିନ ଉଚ୍ଛେଦ କରାଯାଇଛି। ଖୋର୍ଦ୍ଧାର ବିଭିନ୍ନ ଚିକିତ୍ସାଳୟ କର ଆୟୁଷ୍ମାନ କାର୍ଡ ଠିକ୍ ଭାବେ କାର୍ଯ୍ୟକାରୀ ନ ହେବାରୁ ଅନେକ ଗରିବ ରୋଗୀ ଚିକିତ୍ସା ସୁବିଧା ପାଇ ପାରୁ ନାହାନ୍ତି। ଏହିଭଳି ଅନେକ ସମସ୍ୟା କୁ ନେଇ ଏକ ପ୍ରତିବାଦ ଶୋଭାଯାତ୍ରା ଆସନ୍ତା ୫ତାରିଖ ରେ ସକାଳ ୮ଟାରେ ସ୍ଥାନୀୟ ଗୀତା ଭବନ ରୁ ବାହାରି ସହର ର ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାରେ ଖୋର୍ଦ୍ଧା ବ୍ୟତୀତ, ବେଗୁନିଆ ବୋଲଗଡ, ଜଟଣୀ , ଚିଲିକା, ଜୟଦେବ ନିର୍ବାଚନ ମଣ୍ଡଳୀ ର ବିଜେଡି ନେତୃବୃନ୍ଦ ସହ କର୍ମୀ ଯୋଗ ଦେବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି l

