ଫୁଲବାଣୀ,୩/୦୬,(ସୁନୀଲ ପଟନାୟକ):କଂଧମାଳ ପୋଲିସ ମିଳିଛି ସଫଳତା l କଂଧମାଳ ନୂତନ ଏସ ପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଗୋଛlପଡ଼ା ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ପୋଲିସ ଟିମ ଚଢାଉ କରି ଏକ ରାଜ୍ୟ ବାହାର ର ୧୪ଚକିଆ ଟ୍ରକ ରେଜିଷ୍ଟ୍ରେସନ୍ ନମ୍ବର ଏମ ଏଚ୍ -୦୩- ସି ଭି ୫୦୩୦ ସହ ୩୦କିଲୋ ଗଞେଇ ସହ ୪୯ଜରିବସ୍ତl ୧୪୭୦କିଲୋ ଜବତ କରିଛନ୍ତି l ଏ ସଂପର୍କରେ ପୋଲିସ ମଧ୍ଯ ପ୍ରଦେଶ ର ଦେୱାସ ଜିଲ୍ଲା ଅନ୍ତର୍ଗତ ବରୋଥା ଥାନା ଅନ୍ତର୍ଗତ ଆଖlବର ପୁର ଗ୍ରାମର ଯୋଗେଶ ମୀନା (୪୨) କୁ ଗିରଫ କରିଛି l ଦାୟିତ୍ବ ଗ୍ରହଣ ପରେ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ଏହା ପ୍ରଥମ ସଫଳତା l କନ୍ଧମାଳ ଜିଲ୍ଲା ରେ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କୁ ରୋକିବା ନେଇ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ଉଦ୍ୟମ ପ୍ରଶଂସନୀୟ l ଗୋଛପଡ଼ା ପୋଲିସ ଏ ନେଇ ୯୦/୨/୦୬ରେ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ କରୁଛି l ଆଗକୁ ନିୟମିତ ଭାବେ ଏଭଳି ଚଢାଉ ଜାରୀ ରହିବ ବୋଲି ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l

