ଫୁଲବାଣୀ,୦୫/୦୬,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ର ସର୍ବ ପୁରାତନ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଶୁକ୍ରବାର ଫୁଲବାଣୀ ସ୍ଥିତ ବନାନୀ କଳା ସଙ୍ଗମ ର ସମ୍ମିଳନୀ ଗୃହ ରେ ଏକ ସାଧାରଣ ପରିଷଦ ବୈଠକ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ ଅରୂପ ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟ କାରୀ ସଭାପତି ସୁନୀଲ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଉପସଭାପତି ସନ୍ତୋଷ ଦିଗାଲ, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ,ଉପସଭାପତି ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ନିୟମ ଅନୁସାରେ ସଂଘ ର ପୁନଃ ପଞ୍ଜିକରଣ କରାଯିବା ପାଇଁ ମତ ରଖିବା ପରେ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥଲା ସେହିପରି ଆଗାମୀ ଜୁଲାଇ ଦ୍ୱିତୀୟ ସପ୍ତାହ ରେ ଫୁଲବାଣୀ ଠାରେ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ କଳିଙ୍ଗ ପେଶାଦାର ସାମ୍ବାଦିକ ସଙ୍ଘ୍ କାର୍ଯ୍ୟ କାରୀ ବୈଠକ ଆଦି ଅୟୋଜନ କରିବା ପାଇଁ ସର୍ବସମ୍ମତି କ୍ରମେ ଚୁଡାନ୍ତ କରାଯାଇ ଏହାର ସଫଳ ଆୟୋଜନ ପାଇଁ ସଦସ୍ୟ ମାନଙ୍କୁ ନେଇ ବିଭିନ୍ନ କମିଟି ମାନ ଗଠନ କରଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ପ୍ରମୋଦ ଦଣ୍ଡସେନା, ସଙ୍ଗଠନ ସମ୍ପାଦକ ଜୟସେନ ପରିଡ଼ା, ଶ୍ରାବଣ ଦିଗାଲ, ବିକାଶ ଦିଗାଲ, ମୋନୋଜ୍ ବେହେରା, ମୁଷ୍କlନ୍ ସୁଆର, ପ୍ରଭାତ ନନ୍ଦ, ଶିବ ପ୍ରସାଦ ବିଶ୍ଵାଳ, ବ୍ରଜ ମୋହନ ନାୟକ, ପ୍ରମୁଖ ସଂଘର ସମସ୍ତ କାର୍ଯ୍ୟ କ୍ରମରେ ନିଷ୍ଠା ଓ ଆନ୍ତରିକତା ର ସହ ସଙ୍ଘୀୟ ମନୋଭାବ ରଖି କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l

