କଳାହାଣ୍ଡି,୬/୬,(କିଶନ ଶର୍ମା):ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମାଲଗାଁ ଗ୍ରାମପଞ୍ଚାୟତ ର କନ୍ଧ ବାନ୍ଦୋପଲା ନିବାସୀ ଶ୍ରୀ ଡୋଳାମଣି ସାହୁ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର ୨୦୨୬ l ସେ ଏକା ଧାରରେ ଜଣେ ଶିକ୍ଷକ, ସମାଜ ସେବୀ ଓ ପରୋପକାରୀ ବନ୍ଧୁ ଅଟନ୍ତି l ଦୀର୍ଘ ଦିନ ରୁ ସେ ପରିବେଶ ସୁରକ୍ଷା ପାଇଁ ସ୍ଥାନୀୟ ଯୁବକ ସଂଘ,ବନ ସୁରକ୍ଷା ସମିତି, ମହିଳା ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଂକୁ ନେଇ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ବନ୍ୟ ପ୍ରାଣୀ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରି ଜନ ମାନସରେ ସୁକ୍ଷlତି ଅର୍ଜନ କରିଛନ୍ତି l ବର୍ତମାନ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ବିଦ୍ୟାଳୟ ରେ କାର୍ଯ୍ୟରତ l ଶିକ୍ଷଦାନ କୁ ପେଶା ଓ ପରିବେଶ ସୁରକ୍ଷା କୁ ନିଶା ବୋଲି ଚିନ୍ତାକରି ବଣ ପାହାଡ଼ ଘେରା ଥୁଆମୂଳ ରାମପୁର ବ୍ଲକ ର ବିଭିନ ଗ୍ରାମରେ ଜନ ସଚେତନତା ସଭା, ପଥ ପ୍ରାନ୍ତ ନାଟକ ଓ ଲିଫ୍ ଲେଟ ବଣ୍ଟନ କାର୍ଯ୍ୟକ୍ରମ ମାନ ଆୟୋଜନ କରି ବର୍ଷ ତମାମ ଜନ ସାଧାରଣ ଙ୍କୁ ସଚେତନ ବାର୍ତ୍ତା ଦେବା ଜାରି ରଖିଥାନ୍ତି l ସ୍ଥାନୀୟ ଜଙ୍ଗଲ ଓ ପାଟିବେଶ ଓ ଜଳ ବାୟୁ ପରିବର୍ତନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଯୋଗରେ ବିଶ୍ୱ ବନ୍ୟପ୍ରାଣୀ ଦିବସ, ବିଶ୍ୱ ବନ ଦିବସ, ବିଶ୍ୱ ଧରିତ୍ରୀ ଦିବସ, ବିଶ୍ୱ ଜୈବ ବିଭିଧତା ଦିବସ ଓ ବିଶ୍ୱ ପରିବେଶ ଦିବସ ପରି ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ମାନ ଆୟୋଜନ କରି କରଲାପଟ ଆଭାରଣ୍ୟ ଭିତରେ ଅବସ୍ଥିତ ଗ୍ରାମ ଗୁଡିକରେ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଜଙ୍ଗଲ ଓ ପରିବେଶ ବିଭାଗ ର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି l ଶ୍ରୀ ସାହୁଙ୍କର ଏତାଦୃଶ ନିସ୍ଵାର୍ଥପର ସମଜ ମଙ୍ଗଳ କାର୍ଯ୍ୟକ୍ରମ କୁ ପ୍ରଶଂସା କରି ପଂଚାବନ ତମେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜିଲ୍ଲା ପରିବେଶ ସମିତି ଓ ଜିଲ୍ଲା ପ୍ରଶାସନ ଶ୍ରୀ ସାହୁଙ୍କୁ ଏକ ମାନ ପତ୍ର ସହ ଦଶ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି l

