ଫୁଲବାଣୀ, ୦୬/୦୬(ସୁନୀଲ ପଟ୍ଟନାୟକ):ଫୁଲବାଣୀର ପଂଚାୟତ ଭବନ ଠାରେ ବିଶ୍ୱ ପରିବେଶ ଦିବସ ପାଳନ ଆନୁକୂଲ୍ୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦଭୂଷଣ , ଆରକ୍ଷୀ ଅଧିକ୍ଷକ ଶ ରମେନ୍ଦ୍ର ପ୍ରସାଦ , ପ୍ରୋବେଶନରେ ଥିବା ଆଇ.ଏ.ଏସ ୟଶକିରଣ ସିଂ ଓ ବନ ବିଭାଗର ଗଣ୍ୟ ମାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ l ଉକ୍ତ ଉତ୍ସବରେ କନ୍ଧମାଳ ଜିଲ୍ଲାର ଚଳିତ ବର୍ଷର ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ବିତରଣ କରାଯାଇଥିଲା l ରାଇକିଆ ବ୍ଲକ ତରଫରୁ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ୱର ବେହେରା ପ୍ରକୃତି ମିତ୍ର ପୁରସ୍କାର ମଞ୍ଚାସୀନ ସମସ୍ତ ଗଣମାନ୍ୟ ଅତିଥିଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଠାରୁ ସେ ଗ୍ରହଣ କରିଥିଲେ l ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଓ ଛାତ୍ରଛାତ୍ରୀମାନଙ୍କ ପରିବେଶ ପ୍ରତି ସଚେତନତା ଯୋଗୁଁ ଏହି ସମ୍ମାନର ସେ ଅଧିକାରୀ ହୋଇଥିବା ପରୋକ୍ଷରେ ମତପୋଷଣ କରିଛନ୍ତି l ଏଥିରେ ସୂଚନା ଯୋଗ୍ୟ ଯେ କାର୍ତ୍ତିକେଶ୍ୱର ବେହେରା ୨୦୨୧ ମସିହାରେ ମାଲକାନଗିରିରେ ଶିକ୍ଷକତା ସମୟରେ ପ୍ରକୃତି ମିତ୍ର ଓ ୨୦୨୩ ରେ ସରକାରୀ ଉଚ୍ଚ ବିଦ୍ୟାଳୟ ମଣ୍ଡାକିଆରେ ଶିକ୍ଷକତା ସମୟରେ ମଧ୍ୟ ପରିବେଶ ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି l ସେ କୁହନ୍ତି ଯଦି ବିଦ୍ୟାଳୟ ପଛପାଖରେ ସ୍ଥାୟୀ ପାଚେରୀ ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ଗୁରୁତ୍ୱ ଦିଅନ୍ତେ ଓ ବିଦ୍ୟାଳୟକୁ ଉତ୍ତମ ଜଳଯୋଗାଣ ବ୍ୟବସ୍ଥା ହୁଅନ୍ତା ତେବେ ଗାଈଗୋରୁ କବଳରୁ ସୁରକ୍ଷିତ କରାଯାଇ ଓ ଜଳାଭାବ ଦୂର ହୋଇ ବୃକ୍ଷ ରାଜିର ଅଧିକ ଯତ୍ନ ନିଆଯାଇ ସୌନ୍ଦର୍ଯ୍ୟକରଣ ହୋଇପାରନ୍ତା l

