ଫୁଲବାଣୀ,୮/୦୬(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ର ଗୋଚ୍ଛା ପଡା ଥାନା ର ନୂତନ ଥାନା ଅଧିକାରୀ ଭାବେ ଶୁଭ୍ରଜୀତ ସାମନ୍ତ ରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି l ପୁର୍ବରୁ ଥିବା ଥାନା ଅଧିକାରୀ ସଞ୍ଜି ତ କୁମାର ବେହେରା ଙ୍କୁ କବିସୂର୍ଯ୍ୟ ନଗର ଥାନାଧିକାରୀ ଭାବେ ବଦଳୀ ହୋଇଛି l ଶୁଭ୍ର ଜୀତ ଏଥି ପୁର୍ବରୁ ତୁମୁଡିବନ୍ଧ ଥାନା ଅଧିକାରୀ ଭାବେ ଦାୟିତ୍ୱରେ ରହି ଥିବା ବେଳେ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରି ଲୋକଂକ ପ୍ରଶଂସା ଭlଜନ ହୋଇଥିଲେ l ତୁମୁଡିବନ୍ଧ ରେ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ସହ ଲୋକଂକ ସମସ୍ୟା ର ତ୍ଵରିତ ସମାଧାନ କରୁଥିଲେ l ରାତ୍ରୀ କାଳୀନ ପେଟ୍ରୋଲିଂ କୁ କଡାକଡି କରିବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ରେ ସାମିଲ ଥିବା ବ୍ୟକ୍ତି ଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିଲେ ସୁଭ୍ରଜିତ l ଗୋଛା ପଡ଼ା ଥାନା ଅଂଚଳରେ ବ୍ୟାପକ ଗଞେଇ ଚାଷ ଓ ଚୋରା ଚାଲାଣ କୁ ରୋକିବା ପାଇଁ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି l ଏଥିପାଇଁ ସ୍ଥାନୀୟ ଲୋକ, ବୁଦ୍ଧିଜୀବି ଙ୍କ ସହଜୋଗ ଲୋଡିଛନ୍ତି ଶୁଭ୍ର ଜୀତ l

