ଜଗନ୍ନାଥ ପ୍ରସାଦ,୧୨/୦୬(ପୂର୍ଣ୍ଣ ଚନ୍ଦ୍ର ବାରିକ):ସରକାରଙ୍କ ବସୁଧା ଯୋଜନା ଅଧୀନରେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ଲକ୍ଷ୍ୟ ରହିଥିଲେ ମଧ୍ୟ ଅନେକ ଅଞ୍ଚଳରେ ଲୋକେ ଏବେ ବି ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିର୍ମିତ ଜଳଟାଙ୍କି, ପାଇପ ଲାଇନ ଓ ସୋଲାର ପାନୀୟ ଜଳ ପ୍ରକଳ୍ପ ଥିବା ସତ୍ତ୍ୱେ ଅନେକ ସ୍ଥାନରେ ଅନିୟମିତ ଭାବେ ଚାଲିଛି ଜଳ ଯୋଗାଣ।ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ ଖେତମୁଣ୍ଡlଳି ପଞ୍ଚାୟତ ବନ୍ତl ଗ୍ରାମରେ ଏହିଗ୍ରାମର ବସୁଧା ଟାଙ୍କିରେ ଥିବା ମୋଟର ପୋଡ଼ି ଦୀର୍ଘ ୧ ମାସ ହେଲା ଅଚଳ ହୋଇ ପଡ଼ି ରହିଛି।ଫଳରେ ଜଳ ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି।ଏହିଭଳି ମୋଟର ଅଚଳ, ପାଇପ ଲିକେଜ୍ ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପ୍ରକଳ୍ପଗୁଡ଼ିକ କାମ କରୁନାହିଁ। ଫଳରେ ମହିଳା ଓ ଶିଶୁମାନେ ଦୂରଦୂରାନ୍ତରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମବାସୀମାନେ ଦାବି କରିଛନ୍ତି ଯେ, କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ ଏବଂ ନିୟମିତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଉ। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି l

