ଫୁଲବାଣୀ,୦୫/୦୮(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଭାବେ ଇଁ. ଯଜ୍ଞ ନାରାୟଣ ଗଉଡ଼ ବୁଧବାର ଦାୟିତ୍ବ ଗ୍ରହଣ କରିଛନ୍ତି l ଏଥି ପୂର୍ବରୁ ଇଁ. ଗଉଡ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ଡ଼ିଭିଜନ ରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଦାୟିତ୍ଵରେ ରହି ବେଶ ନିଷ୍ଠା, ଆନ୍ତରିକତା, ସଚ୍ଚୋଟତା ଓଦକ୍ଷତା ର ସହ କାର୍ଯ୍ୟ କରି ସମସ୍ତ ଙ୍କ ପ୍ରିୟ ଭାଜନ ହୋଇପାରିଥିଲେ l ଆଦିବାସୀ ଅଧ୍ୟୁଷିତ ତଥା ଏକଦା ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେସ୍ଥାୟୀ ଗମନା ଗମନ ର ସୁବିଧା କରି ଗ୍ରାମାଂଚଳ ଲୋକଂକ ସାମାଜିକ ଓ ଅର୍ଥ ନୈତିକ ବିକାଶ କରି ବେଶ ପ୍ରଶଂସା ସାଉଁଟି ଥିଲେ ଇଁ ଗଉଡ l ପୂର୍ବରୁ ଫୁଲବାଣୀ ରେ ଅଧିକ୍ଷଣ ଯନ୍ତ୍ରୀ ଥିବା ଇଁ. କାର୍ତ୍ତିକ ସାହୂ ଙ୍କୁ ସୁନାବେଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଭାବେ ବଦଳି ହୋଇଛି l ଇଁ.କାର୍ତ୍ତିକ ସାହୂ ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଗ ରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ତିନିବର୍ଷ ରହି ଅନେକ ଗୁଡ଼ିଏ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ସଫଳତା ର ସହ ସମ୍ପୂର୍ଣ୍ଣ କରି ଲୋକଂକ ପ୍ରିୟ ଭାଜନ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଥିଲେ l ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଜିଲ୍ଲା ଭାବେ ପରିଚିତ କନ୍ଧମାଳ ଜିଲ୍ଲl ବିଶେଷ କରି ଗମନା ଗମନ କ୍ଷେତ୍ର ରେ ଅବହେଳିତ ଅବସ୍ଥାରେ ରହିଛି ଏଣୁ, ଅଧିକ ରୁ ଅଧିକ ଗ୍ରାମକୁ ସ୍ଥାୟୀ ରାସ୍ତା ନିର୍ମାଣ ଯେପରି ହେବ ଓ କାର୍ଯ୍ୟ ସବୁ ନିର୍ଦ୍ଧାରିତ ସମୟ ସୀମା ପୁର୍ବରୁ ସରିବ ସେଥି ପ୍ରତି ସତର୍କ ଦୃଷ୍ଟି ଦେବେ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ଅଧିକ୍ଷଣ ଯନ୍ତ୍ରୀ ଇଁ ଗୌଡ କହିଛନ୍ତି l ଦାୟିତ୍ବ ଗ୍ରହଣ କରିବା ପରେ ବିଭାଗୀୟସହକାରୀ ନିର୍ବାହୀ ଯନ୍ତ୍ରୀ ଇଁ.ସୁଶୀଲ ମହାନ୍ତି,ସହକାରୀ ଯନ୍ତ୍ରୀ ଓ କ୍ୟସିଅର, ସେକ୍ସନ ଅଫିସର, ବରିଷ୍ଠ କିରାଣୀ,, କମ୍ପ୍ୟୁଟର ପ୍ରୋଗ୍ରାମର,ବଡ଼ବାବୁ ଓ ବରିଷ୍ଠ ଠିକାଦାର ମାନେ ପୁଷ୍ପ ଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l

