ବୋଲଗଡ଼,୧୩/୦୬(ସୁଶାନ୍ତ କୁମାର ପ୍ରଧାନ):ଶନିବାର ଦିନ ବୋଲଗଡ଼ ବ୍ଲକ ଅଧୀନସ୍ଥ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, ସାନପଦର ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ମଣ୍ଡଳ ସ୍ତରୀୟ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚଗଡ଼ ସୃଜନଶୀଳ ସମିତିର ସମ୍ପାଦକସମ୍ବିତ କେଦାର କର, ସ୍ବାଧୀନତା ସଂଗ୍ରାମୀ ଦୁର୍ଗାଚରଣ ସେନାପତି ସ୍ମୃତି ପରିଷଦର ସମ୍ପାଦିକା ଉଷାରାଣୀ ସେନାପତିଏବଂ ଉଭୟ ଅନୁଷ୍ଠାନର ସଭାପତିପ୍ରମୋଦ କୁମାର ସ୍ବାଇଁଙ୍କ ଆବାହକତ୍ୱରେ ଉଭୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି,ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଡ. ନିରଞ୍ଜନ ମହାନ୍ତି ମୁଖ୍ୟ ବକ୍ତା, ଶିକ୍ଷାବିତ କାଳୀଚରଣ ଜୟସିଂହ,ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡା. ମଧୁସୂଦନ ସେନାପତି, ଟାଙ୍ଗୀ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣଶ୍ରୀଚନ୍ଦନ, ଶିଶୁ ନାଟ୍ୟକାର ଭିକାରି ଚରଣ ପ୍ରଧାନ,ଭୁବନେଶ୍ୱର ୟୁନିଟ ୧ସ୍ଥିତ ଶ୍ରୀ ମହାବୀର ବଣିକ ସଂଘର ସଭାପତିଅକ୍ଷୟ କୁମାର ରଥ, କଟକ ଜିଲ୍ଲା ଧଳାପଥର ଆଇନଜୀବୀ ପ୍ରଦୀପକୁମାର ପଟ୍ଟନାୟକ, ବୋଲଗଡ଼ ମଣ୍ଡଳ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣବେହେରା ଏବଂ ଭକ୍ତଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ବେହେରା ସମ୍ମାନିତଅତିଥି ରୂପେ ଯୋଗଦାନ କରିଥିଲେ। ଶିକ୍ଷକ ପ୍ରଫୁଲ୍ଲ ସିଂହସଭା ସଂଯୋଜନା କରିଥିଲେ। ଶିକ୍ଷକ ବିଜୟ କୁମାର ସାହୁ ଉପସ୍ଥିତ ବୋଲଗଡ ମଣ୍ଡଳ ଅନ୍ତର୍ଗତ ୧୯ଗୋଟି ପଂଚାୟତର୨୪ ଜଣ ବରିଷ୍ଠ ନାଗରିକଙ୍କରପଦଧୌତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପଣ୍ଡା, ମୁଖ୍ୟ ବକ୍ତା ଶ୍ରୀମହାନ୍ତି ଏବଂ ସମ୍ମାନିତ ଅତିଥିମାନଙ୍କୁ ଶିକ୍ଷକ ଦୁର୍ଗା ପ୍ରସାଦସୁବୁଦ୍ଧିଙ୍କ ତତ୍ୱାବଧାନରେ ଡ୍ରମ ବାଦ୍ୟ ବଜାଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ପାଛୋଟି ନେଇଥିଲେ। ପିଚୁକୁଳି ସାଧନକେନ୍ଦ୍ରସଂଯୋଜକ ଲୋକନାଥ ସାହୁ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ। ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ବନ୍ଦେ ଉତ୍କଳଜନନୀ ସଂଗୀତ ଗାନ କରାଯାଇଥିଲା। ବରିଷ୍ଠ ନାଗରିକ ମାନଙ୍କ ପ୍ରତି ପୁତ୍ରମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ମୁଖ୍ୟ ଅତିଥି,ମୁଖ୍ୟବକ୍ତା ଏବଂ ସମସ୍ତ ସମ୍ମାନିତଅତିଥି ଆଲୋକପାତ କରିଥିଲେ.ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ବୋଲଗଡ଼ ମଣ୍ଡଳର ସମସ୍ତ ପଞ୍ଚାୟତର ସମୁଦାୟ ୨୪ ଜଣ ବରିଷ୍ଠ ନାଗରିକଙ୍କୁ ଟ୍ରଫି, ମାନପତ୍ର ଏବଂଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତକରାଯାଇଥିଲା। ଏଭଳି କାର୍ଯ୍ୟକ୍ରମଆୟୋଜନ କରିଥିବା ପାଞ୍ଚଗଡ଼ ସୃଜନଶୀଳ ସମିତି, ସମ୍ପୁର ଏବଂସ୍ବାଧୀନତା ସଂଗ୍ରାମୀ ଦୁର୍ଗାଚରଣସେନାପତି ସ୍ମୃତି ସଂସଦର ସଭାପତି ତଥା ବୋଲଗଡ଼ ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କୁ ସମସ୍ତଅତିଥି ଭୂୟସୀ ପ୍ରଶଂସା କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁବଳ ଜେନା,ଚୈତନ୍ୟ ମହାରଣା, ତ୍ରିଲୋଚନ ସାହୁ, ପ୍ରଧାନ ଶିକ୍ଷକଭିକାରି ପୁଷ୍ଟି, ଶୈଲେନ ପଟ୍ଟନାୟକ, ଅରୁଣ ସାହୁ, କ୍ଷେତ୍ରମୋହନ ରଣା, ଶିକ୍ଷକ ଶିଶିର ରଞ୍ଜନ ମହାପାତ୍ର, ବସନ୍ତକର, ସମାଜସେବିକା ଚନ୍ଦ୍ରକାନ୍ତିପଟ୍ଟନାୟକ, ଶିକ୍ଷୟିତ୍ରୀ କଲ୍ୟାଣୀସାହୁ, ପ୍ରିୟଦର୍ଶିନୀ ମହାପାତ୍ର, ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ଏବଂ ପାଚିକା ଓସହାୟିକାସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ.ଶିକ୍ଷକ ବିଜୟ କୁମାର ସାହୁସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

