ଖଜୁରୀପଡ଼ା,(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର କୁଇ ମହିଳା ସମାଜ କନ୍ଧମାଳ ପକ୍ଷରୁ ଫୁଲବାଣୀ ସ୍ଥିତ କୁଇ ସମାଜ ସେବା ସମିତି ଫୁଲବାଣୀ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଦିନ କୁଇ ମହିଳା ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବଟି ସଂଗଠନର ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ରାଘବ ମଲିକ , ମୁଖ୍ୟବକ୍ତା ରୂପେ ପୂର୍ବତନ ଜି ଉଦୟଗିରି ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଫୁଲବାଣୀ କୁଇ ସମାଜ ସେବା ସମିତି ସାଧାରଣ ସମ୍ପାଦକ ଶ୍ରୀ ଅବନୀ କୁମାର କହଁର , ଅବସରପ୍ରାପ୍ତ ଅଧ୍ୟାପିକା ହିରାମତୀ କହଁର,ସୈ।ଦାମିନୀ କହଁର ଯୋଗଦେଇ ଥିଲେ । ଉତ୍ସବରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ସମେତ ବହୁ ସଂଖ୍ୟାରେ ମହିଳା ସମାଜ ସେବୀ, ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଗୋଛାପଡା ଗ୍ରାମର ୧୬୬ ରେଙ୍କରେ କୃତକାର୍ଯ୍ୟ ଡେଜି କହଁର ଓ ଫୁଲବାଣୀ ନିକଟସ୍ଥ ସାର୍ତ୍ତାଗୁଡା ଗ୍ରାମର ୧୭୧ ରେଙ୍କରେ କୃତକାର୍ଯ୍ୟ ଦେବାଶିଷ କହଁର ଏବଂ+୨ ବିଜ୍ଞାନରେ ଜିଲ୍ଲା ଟପ୍ପର ହୋଇଥିବା ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ତେରାଗୁଡା ଛାତ୍ରୀ କନ୍ୟକା କହଁରଙ୍କୁ ମାନପତ୍ର ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ କୁଇ ମହିଳା ସମାଜ ସମ୍ପାଦିକା ଶ୍ରୀମତୀ ଦୁଲଣୀ କହଁର ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀମତୀ ନଳିନୀ କହଁର ଧନ୍ୟବାଦ୍ ଅର୍ପଣ କରିଥିଲେ ।

