୧୮ ତମ ବରୁଣେଇ ରଜ ମହୋତ୍ସବ ଉଦଘାଟିତ। ଖୋର୍ଦ୍ଧା,୧୫/୦୬(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ପରମ୍ପରା, ସଂସ୍କୃତି ଓ ସମରକଳା ଅତି ମହାନ। ଖୋର୍ଦ୍ଧା ଜିଲ୍ଲାକୁ ରାଜ୍ୟରେ ପ୍ରଥମ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବାକୁ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ଭାଜପା ସରକାର ବଦ୍ଧ ପରିକର ଏବଂ ଏଥି ନିମନ୍ତେ ଖୋର୍ଦ୍ଧା ର ଐତିହ୍ୟ ସଂସ୍କୃତି ସହ ଓଡ଼ିଆ ଅସ୍ମିତା ଏବଂ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ, ସମଗ୍ର ଖୋର୍ଦ୍ଧା ଜିଲ୍ଲା ସହ ବିଶେଷ ଭାବେ ଖୋର୍ଦ୍ଧା ସଦର ମହକୁମାରେ ବିକାଶର ଧାରା ଦୃତ ଗତିରେ ଆଗେଇ ଚାଲିଛି ଯାହା ସ୍ୱର୍ଣୀମ ଅଧ୍ୟାୟ ସୃଷ୍ଟି ହୋଇଛି ବୋଲି ଆଜି ଦିଶାନ୍ତ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ତିନିଦିନିଆ ୧୮ ତମ ବରୁଣେଇ ରଜ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରି ସାଂସଦଅପରାଜିତା ଷଡ଼ଙ୍ଗୀ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି l ଏଥି ସହ ଦିଷାନ୍ତ ତରଫରୁ ଏପରି ପାରମ୍ପାରିକ ପର୍ବ ୧୮ ବର୍ଷ ଧରି ପାଳନ ହେଉଥିବାରୁ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ଜୋତୀନ୍ଦ୍ର ନାଥ ମିତ୍ର ଙ୍କୁ ଧନ୍ୟବାଦ ପ୍ରଦାନ କରି ଐତିହ୍ୟ ସଂସ୍କୃତି କୁ ପୁନଃର୍ଜୀବିତ କରି ରଖି ବାକୁ ସମସ୍ତେ ଏକାଠି ହେବାକୁ ଆହ୍ଵାନ ଦେଇଥିଲେ l ଦିଶାନ୍ତ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ଜୋତୀନ୍ଦ୍ର ନାଥ ମିତ୍ର ଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧାର ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲା ବାସୀ ଏବଂ ସମଗ୍ର ଓଡ଼ିଶାର ମା ବରୁଣେଇଙ୍କ ନିକଟରେ ମଙ୍ଗଳ ପ୍ରାର୍ଥନା କରିବା ସହ ବରୁଣେଇ ପୀଠର ଭିତ୍ତିଭୂମି ବିକାଶ, ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗଡ ଖୋର୍ଦ୍ଧାର ଉନ୍ନତି କରଣ, ବରୁଣେଇ ପାହାଡ଼ ସୌନ୍ଦର୍ଯ୍ୟ କରଣ ଓ ଇକୋ ଟୁରିଜିମ ଯୋଜନା ଏବଂ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ଏବଂ ପାଇକ ମାନଙ୍କ ସ୍ମୃତି ଓ ଶିଳ୍ପ ହବ ଯାହା ଖୋର୍ଦ୍ଧା ଜିଲ୍ଲା ରେ ନବନିର୍ମାଣର ଯୁଗ ଆରମ୍ଭ ହୋଇଛି ବୋଲି ଉଦବୋଧନ ଦେଇଥିଲେ l ଏହି ଅବସରରେ ଦିଶାନ୍ତ ସଭାପତି ଏବଂ ପୂର୍ବତନ ବିଧାୟକ ଜୋତୀନ୍ଦ୍ର ନାଥ ମିତ୍ର ଙ୍କୁ ଏଭଳି ଅନୁଷ୍ଠାନକୁ ୧୮ ବର୍ଷଧରି ବଞ୍ଚାଇ ଥିବାରୁ ତାଙ୍କୁ ସଂସ୍କୃତିର ବିନ୍ଧାଣୀ ବୋଲି କହି ପ୍ରଶଂସା କରିଥିଲେ l ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ରଜ ପିଠା, ରଜ ପାନ, ରଜ ଝୋଟି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବାସହ ଅନୁଷ୍ଠାନର ପଞ୍ଚମ ସଂସ୍କରଣ ସ୍ମରଣିକା ଦିଶାନ୍ତ କୁ ଉନ୍ମୋଚନ କରିଥିଲେ l ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ରାଜ୍ୟ ବି ଜେ ପି ମୁଖପାତ୍ର ଅନିଲ ବିଶ୍ଵାଳ, ବିଶିଷ୍ଟ ଯାତ୍ରା ଖଳ ନାୟକ ସଞ୍ଜୟ ଭୋଳ,ବି ଜେ ପି କାର୍ଯ୍ୟକର୍ତ୍ତା ନିକୁଞ୍ଜ ପଟ୍ଟନାୟକ, ଦିଲ୍ଲୀପ କୁମାର ହୋତା, ଅନୁଷ୍ଠାନର ଉପ ସଭାପତି ନିରଞ୍ଜନ ନାୟକ, ସମ୍ପାଦକ ଦିଲ୍ଲୀପ କୁମାର ପରିଡ଼ା,ସହ ସଂପାଦକ ସଞ୍ଜୀବ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ସଂସ୍କୃତି ପ୍ରେମୀ ଏବଂ ହଜାର ହଜାର ଜନ ସମାବେଶ ହୋଇଥିଲା l

