ପାତ୍ରପୁର:ଜନବାଣୀ,୧୯/୬(ଗୌରାଙ୍ଗ ପ୍ରଧାନ):କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିରୋଗୀ ଓ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଉପାନ୍ତ ତାରକାଙ୍କୁ ସଫଳତା ମିଳିଛି । ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହୋଇଥିବା ରାଜ୍ୟସ୍ତରୀୟ କିରୋଗୀ ଓ ଟାଏକୋଣ୍ଡୋ ପ୍ରତିଯୋଗିତାରେ ପାତ୍ରପୁର ବ୍ଳକକୁ ଦୁଇଟି ପଦକ ମିଳିଛି । ଜୁନିୟର ବିଭାଗରେ ସାଇ ସଂପ୍ରୀତି ପ୍ରଧାନ ରୌପ୍ୟ ପଦକ ହାସଲ କରିଥିବା ବେଳେ ବିଦୁସ୍ମିତା ତରାସିଆ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସଫଳତା ପରେ ଅଞ୍ଚଳରୁ ଶିକ୍ଷକ ବାସୁ ନାୟକ ଓ ଉଭୟ ପ୍ରତିଯୋଗୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

