ଖଜୁରୀପଡ଼ା:ଜନବାଣୀ,୨୧/୦୬(ମନୋଜ କୁମାର ବେହେରା): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ପୁଲିସ ଲୁହା ପାଇପ ଚୋରି ମାମଲାରେ ସଫଳତା ହାସଲ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖଜୁରୀପଡ଼ା ଥାନା କେସ୍ ନଂ–୧୧୮/୨୦୨୬ରେ ବିଏନଏସ୍ ଧାରା ୩୦୩(୨)/୩(୫) ଅନୁଯାୟୀ ରୁଜୁ ହୋଇଥିବା ଏହି ମାମଲାରେ ପୁଲିସ ଚୋରି ହୋଇଥିବା ୯ଟି ଲୁହା ପାଇପ ଏବଂ ସେଗୁଡ଼ିକ ବୋଝେଇ ନେଉଥିବା ଏକ ଟ୍ରକ୍କୁ ମଧ୍ୟ ଜବତ କରିଛି।ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ମଧ୍ୟପ୍ରଦେଶର ଗ୍ୱାଲିଅର ଅଞ୍ଚଳର ଦୀପକ ଯୋଶୀ ଓ ସୋନୁ ଯୋଶୀ। ଦୁତିମେଣ୍ଡି ଅଞ୍ଚଳରେ ଘଟିଥିବା ଏହି ଚୋରି ଘଟଣା ନେଇ ଏଲ୍ ଆଣ୍ଡ ଟି କମ୍ପାନୀର ପ୍ରଶାସନିକ ଅଧିକାରୀ ଭାସ୍କର ରାଓ ଖଜୁରୀପଡ଼ା ଥାନାରେ ଅଭିଯୋଗ ଦାଖଲ କରିଥିଲେ।ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କୁ ଠାବ କରିବା ସହ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି।

