ଫୁଲବାଣୀ:ଜନବାଣୀ,୨୧/୦୬(ସୁନୀଲ ପଟନାୟକ):ଫୁଲବାଣୀ ଜିଲ୍ଲା କୋର୍ଟ ଦ୍ଵାରା ରବିବାର ବିଶ୍ୱ ଯୋଗ ଦିବସ, ସ୍ଥାନୀୟ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର (ଏ.ଡି.ଆର.), ଫୁଲବାଣୀ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଯୋଗ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ରାମ ଶଙ୍କର ହୋତା, ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତି ରାଜେଶ ଦାଶ, ପୋକ୍ସୋ କୋର୍ଟ ର ବିଚାରପତି ମନୋରଞ୍ଜନ ଦାଶ, ସ୍ଥାୟୀ ଲୋକ ଅଦାଲତ ଫୁଲବାଣୀ ଅଧ୍ୟକ୍ଷ ଦୋଳଗୋବିନ୍ଦ ବାରିକ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ବନାଲି ତ୍ରିପାଠୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରମାକାନ୍ତ ମହାନ୍ତି, ରେଜିଷ୍ଟ୍ରାର ସିଭିଲ କୋର୍ଟ ଫୁଲବାଣୀ ପ୍ରିୟ ରଞ୍ଜନ ଓଝା, ଜେ.ଏମ୍.ଏଫ.ସି, (LR<V) ଫୁଲବାଣୀ ବଦ୍ରିନାରାୟଣ ବିଶ୍ବାଳ, ପବ୍ଲିକ ପ୍ରୋଷିକ୍ୟୁଟର, ପୂର୍ଣ୍ଣଚନ୍ଦ୍ର ନାଗ, ବାର ଆସୋସିଏସନ, ଫୁଲବାଣୀ ର ଆଇନଜୀବୀ ବୃନ୍ଦ, ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟାଳୟ ର ରିଟେନର ପୀତାମ୍ବର ସାହୁ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ନିରୋଦ କୁମାର ପାତ୍ର, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ କେ. ଲକ୍ଷ୍ମୀ ନାରାୟଣ ଦୋରା, ଜିଲା କୋର୍ଟ ଫୁଲବାଣୀ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ଯୋଗ ଦେଇଥିଲେ । ଏହି ଯୋଗ କାର୍ଯ୍ୟକ୍ରମରେ ଯୋଗ ଗୁରୁ ଅରୁଣ କୁମାର ମହାନ୍ତି ଓ ଶ୍ରୀମତୀ ବିଷ୍ନୁପ୍ରିୟା ମହାନ୍ତିଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା। । ଶେଷରେ ସମସ୍ତଙ୍କୁ ସୁସ୍ଥ ଜୀବନଶୈଳୀ ଅବଲମ୍ବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଆହ୍ୱାନ କରାଯାଇଥିଲା ।

