ଫୁଲବାଣୀ:ଜନବାଣୀ,୨୩/୦୬(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଖଜୁରିପଡା ବ୍ଲକ୍ ସଦର ମହକୁମା ରେ ଅବସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖା ର ଫିଲ୍ଡ ଅଫିସର ଙ୍କ ବଦଳୀ ବାତିଲ କରିବା କୁ ମା ଗଜଲକ୍ଷ୍ମୀ ମାର୍କେଟ କମିଟି ର ସଦସ୍ୟ ଓ କର୍ମକର୍ତା, ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବି ଦୃଢ଼ ଦାବୀ କରିଛନ୍ତି l ଫିଲ୍ଡ ଅଫିସର ଜଣକ ଏଠାରେ ଦାୟିତ୍ବ ଗ୍ରହଣ କରିବା ର ମାତ୍ର ଏକ ବର୍ଷ ହୋଇଥିଲl l ତେବେ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନଥାଇ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ମାର୍କେଟ କମିଟି ଏହର ପ୍ରତିବାଦ୍ କରି ଫୁଲବାଣୀ ସ୍ଥିତ କ୍ଷେତ୍ର ପ୍ରବନ୍ଧକ ଙ୍କୁ ବଦଳି ବାତିଲ କରିବା ପାଇଁ ଅନୁରୋଧ କରି ଦାବୀ ପତ୍ର ପ୍ରଦାନ କରିଛି l ସେ ଜଣେ ଦକ୍ଷ କର୍ମଠ ଦାୟିତ୍ବ ସମ୍ପନ୍ନ ଅଫିସର ହୋଇଥିବାରୁ ଜନସାଧାରଣ ଙ୍କ କାର୍ଯ୍ୟ ସୁରୁଖୁରୁରେ ହେଉଥିଲା l ସେହିପରି ଶାଖା ପରିଚାଳକ ଙ୍କ ମଧ୍ଯ ଏଠାରୁ ଅନ୍ୟତ୍ର ବଦଳି ହୋଇଥିବା ଜଣାପଡିଛି l କତୃପକ୍ଷ ଏହାର ପୁନର୍ବାର ବିଚାର କରି ବଦଳି ବାତିଲ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l

