ଫୁଲବାଣୀ:୨୩/୦୬(ସୁନୀଲ ପଟ୍ଟନାୟକ):ରାଜ୍ୟ ସରକାର ଙ୍କ ସଫଳତା ର ଦୁଇ ବର୍ଷ ପାଳନସହିତ ବିଭିନ୍ନ ଜନ କଲ୍ୟାଣମୁଳକ ଯୋଜନା ର ପ୍ରଚାର ଓ ପ୍ରସାର ପାଈଁ ବିକାଶ ର ଧାରା ଓଡ଼ିଶା ସାରା କାର୍ଯ୍ୟ କ୍ରମ ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥଲା l ଏହି ଅବସରର ରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଏସ ଡି ସି ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ, ଜିଲାପାଳ ବେଦ ଭୂଷଣ, ଏସପି ରମେନ୍ଦ୍ର ପ୍ରସାଦ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା, ଉନ୍ନୟନ ମୂଳକ କାର୍ଯ୍ୟ, ଆଗାମୀ ଦିନର ବିକାଶ ର ଲକ୍ଷ୍ୟ ସମ୍ପର୍କ ରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ l ଜିଲ୍ଲାପାଳ ବେଦ ଭୂଷଣ ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଜିଲ୍ଳାର ସମସ୍ତ ପଂଚାୟତଓ ଗ୍ରାମ ରେ ଚାଲିଥବା ସମସ୍ତ କଲ୍ୟାଣ ମୁଳକ ଯୋଜନା ଲୋକଂକ ନିକଟରେ ପହଂଚି ପାରୁଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିଲେ l ଗତ ଦୁଇ ବର୍ଷ ମଧ୍ୟରେ ପଂଚାୟତ ରେ କୃଷି, ଶିକ୍ଷା, ସ୍ଵାସ୍ଥ୍ୟ ପାନୀୟ ଜଳ, ଗମନା ଗମନ ଓ ମହିଳା ସଶକ୍ତି କରଣ କ୍ଷେତ୍ରରେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇ ଛି ବୋଲି ସାଂସଦ ପାଣିଗ୍ରାହୀ ଙ୍କ ସମେତ ବିଧାୟକ ମଲିକ ପ୍ରମୁଖ ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ l ସେହିପରି ଯଶଶ୍ଵୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସୁଦୂର ପ୍ରସlରୀ ମାର୍ଗ ଦର୍ଶନ ସାଙ୍ଗକୁ ରାଜ୍ୟର ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦୃଢ଼ ନେତୃତ୍ୱ, ଦୂରଦର୍ଶୀତା ଯୋଗୁଁ ଆଜି ଓଡ଼ିଶାର ପ୍ରତିଟି କୋଣ ଅନୁକୋଣ ରେ ବିକାଶ ର ଏକ ନୁଆ ଯୁଗ ଆରମ୍ଭ ହୋଇଥିବା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ଓ ବିଧାୟକ ଉମା ଚରଣ ମଲ୍ଲିକ କହିଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ର ପଦସ୍ତ୍ ଅଧିକାରୀ ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ l

