ଜଟଣୀ:୨୧/୦୬(କେଦାର ନାଥ ସାହୁ):ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ବନମାଳୀ କଲୋନୀ ସ୍ଥିତ ରାଜଯୋଗ ଭବନ ପରିସରରେ ଶତାଧିକ ଭାଇଭଉଣୀଙ୍କ ଗ୍ରହଣ ରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରାଜଯୋଗ ମୁରଲୀ କ୍ଲାସ ପରେ ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ କେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମାକୁମାର ଅଶୋକ ଭାଇ ସ୍ବାଗତ ଭାଷଣ ମାଧ୍ୟମରେ ବିଶ୍ଵ ଯୋଗ ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯକ୍ରମ ରେ ଜଟଣୀ ବ୍ଲକ ର ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା ଉପସ୍ଥିତ ଏହି ନିଜର ମୂଲ୍ୟବାନ ବକ୍ତବ୍ୟ ମାଧ୍ୟମରେ ଯୋଗ କିପରି ଦୈନଦିନ ଜୀବନରେ ଅପରିହାର୍ଯ୍ୟ ଅଂଶ ସେ ବିଷୟରେ ଆଲୋକପାତ କରିଥିଲେ। ଜଟଣୀ ଆଇ. ଆଇ.ଟି. ର ପି.ଏଚ.ଡି. ବିଦ୍ୟାର୍ଥୀ ଶ୍ରୀଯୁକ୍ତ ମୋହନିସ କୁମାର ସାହୁ ସମସ୍ତଙ୍କୁ ଶାରୀରିକ ଯୋଗର ଅଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଟଣୀ ର ବହୁ ବିଶିଷ୍ଟ ବ୍ୟକ୍ତି ତଥା ବ୍ରହ୍ମାକୁମାରି ସଂସ୍ଥାର ସଭ୍ୟ ସଭ୍ୟା ମାନେ ଅଂଶଗ୍ରହଣ କରିଥିଲେ।

