ଜଗନ୍ନାଥ ପ୍ରସାଦ:୨୩/୦୬(ପୂର୍ଣ୍ଣଚନ୍ଦ୍ର ବାରିକ):ଦିଗହରା ବସୁଧା, ଯୋଜନା , ବାଟ ହୁଡୁଛି କି ସ୍ଵଜଳଧାରା , ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏବେବି ମିଳୁନି ପିଇବା ପାଣି କି ଅନ୍ତ ହେଉନି ଲୋକଙ୍କ ପ୍ରତୀକ୍ଷା, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ତାରାସିଙ୍ଗ ପଞ୍ଚାୟତ ଅଧିନ ଗାଡିଆପଡା ଗ୍ରାମ ମୁଣ୍ଡିଆ ସାହିର ବିକଳ ଦୃଶ୍ୟ ସତେ ଯେମିତି ସ୍ଵଜଳଧରା, ବସୁଧା ଯୋଜନା ଏହି ଗାଁ ପାଇଁ ପାଲଟିଯାଇଛ ସାତଶପନ। ପ୍ରଶାସନର ଉଦାସୀନତା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଲୋକଙ୍କୁ ମିଳୁନି ପିଇବା ପାଣି, ଭାଗ୍ୟକୁ ଆଦରି ଏଠିକାର ମହିଳା ହାତରେ ବାଲଟି,କାଖରେ ଗରା ଧରି ଅଣ ଓସାରିଆ ବିଲ ମାଳ ଉଠାଣି ଗଡାଣି ହିଡ଼ ରାସ୍ତା ଦେଇ ବାହାରି ପଡନ୍ତି ନିକଟସ୍ଥ ନଦୀ ଚୁଆଁରୁ ପାଣି ଆଣିବା ପାଇଁ । ରାଜ୍ଯ ସରକାର ବର୍ତ୍ତମାନ ବିକାଶ ଧାରା ଓଡ଼ିଶା ସାରା ଡିଣ୍ଡିମ ପିଟି ପାଳନ କରୁଥିବା ବେଳେ ସ୍ୱାଧୀନତାର ଦୀର୍ଘଦିନ ପରେ ବି ବିକାଶ ଏଠି ସତେ ଯେମିତି ସାତ ସପନ, ତାରାସିଙ୍ଗି ପଞ୍ଚାୟତ ଠାରୁ ମାତ୍ର କିଛି କିଲୋମିଟର ଗଲେ ପଡ଼େ ଗାଡିଆପଡା ଗାଁର ମୁଣ୍ତିଆ ସାହି, ଟୋପେ ପାଣି ପାଇଁ କରିବାକୁ ପଡ଼ୁଛି ଅନେକ ସଂଘର୍ଷ, ଏହି ସାହିରେ ପ୍ରାୟ 20 ରୁ 25 ପରିବାର ବସବାସ କରୁଥିବା ବେଳେ ପାଣି ପାଇଁ ପଡୁଛି ଭାଳେଣୀ ହେଲେ ଲୋକଙ୍କ ପାଇଁ ଅଛି କେବଳ ଗୋଟିଏ ନଳକୂଅ ଓ ଗୋଟିଏ ଷ୍ଟାଣ୍ଡ ପୋଷ୍ଟ କିନ୍ତୁ ଦୁଇଟି ଯାକ ଅଚଳ,ସକାଳୁ ସଞ୍ଜ ନଇଁବା ପର୍ଯ୍ୟନ୍ତ ଲମ୍ବା ଲାଇନ ବାନ୍ଧି ପାଣି ପାଇଁ ଯାଆନ୍ତି ନିକଟସ୍ଥ ନଦୀ ଚୁଆଁ କୁ । ମୁଣ୍ଡିଆସାହି ବାସିନ୍ଦା ମାନେ ବାରମ୍ବାର ଏ ଅଫିସରୁ ସେ ଅଫିସ, ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ଙ୍କୁ ଅଭିଯୋଗ କରିଥଲେ ସୁଦ୍ଧା ଏଯାଏଁ ଫଳ ଶୁନ୍ ।ଯଦି ଅତି ଶିଘ୍ର ଏହି ସମସ୍ୟାର ସମାଧାନ ନ ହୁଏ ତାହାହେଲେ ଆଗାମୀ ଦିନରେ ବ୍ଲକ ଘେରାଉ ସହିତ ପଞ୍ଚାୟତରେ ତାଲା ପକାଇ ଧାରଣାରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ମୁଣ୍ଡିଆ ସାହି ବାସିନ୍ଦା।

