ଫୁଲବାଣୀ:ଜନବାଣୀ,୨୪/୦୬(ସୁନୀଲ ପଟ୍ଟନାୟକ):ରାଜ୍ୟ ସରକାର ଙ୍କ ସଫଳତା ର ଦୁଇ ବର୍ଷ ପାଳନସହିତ ବିଭିନ୍ନ ଜନ କଲ୍ୟାଣମୁଳକ ଯୋଜନା ର ପ୍ରଚାର ଓ ପ୍ରସାର ପାଈଁ ବିକାଶ ର ଧାରା ଓଡ଼ିଶା ସାରା କାର୍ଯ୍ୟ କ୍ରମ କ . ନୂଆଗାଁ ବ୍ଲକପରିସର ରେ ବ୍ଲକ ସ୍ତରୀୟ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥଲା l କ ନୂଆଗାଁ ବ୍ଲକ୍ ବିଡ଼ିଓ ସୁଶ୍ରୀ ଶୁଭ୍ରl ଞ୍ଜଳି ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଲlମ୍ବୁରା ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ତହସିଲ ଦାର୍ ବସୁଧl ପ୍ରଧାନ, ଏ ବି ଡି ଓ ପ୍ରିୟ ଦର୍ଶିନି ମଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଁ ଶୁଭମ୍ ମହାପାତ୍ର,ହଁର, ପିବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳ ବେହେରା, ଉପାଧ୍ୟକ୍ଷ ଧବ ଲେଶ୍ୱର୍ ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକସିଡି ପିଓ ସୋନିଆ ହେମ୍ରମ,ଓ ସମିତି ସଭ୍ୟ ଭାଗ୍ୟବାନ ବେହେରା ପ୍ରମୁଖ ଯୋଗ ଦେଇ ବିଭିନ୍ନ ଜନ ହିତକର ଯୋଜନା, ଉନ୍ନୟନ ମୂଳକ କାର୍ଯ୍ୟ, ଆଗାମୀ ଦିନର ବିକାଶ ର ଲକ୍ଷ୍ୟ ସମ୍ପର୍କ ରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ l ବିଡ଼ିଓ ଶୁଭ୍ରlଞଳୀ ପ୍ରଧାନ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଲୋଚନା ଦଳ ବେହେରା ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ପଂଚାୟତ ରେ ଚାଲିଥବା ସମସ୍ତ ଜନ କଲ୍ୟାଣ ମୁଳକ ଯୋଜନା ଲୋକଂକ ନିକଟରେ ପହଂଚି ପାରୁଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିଲେ l ଗତ ଦୁଇ ବର୍ଷ ମଧ୍ୟରେ ପଂଚାୟତ ରେ କୃଷି, ଶିକ୍ଷା, ସ୍ଵାସ୍ଥ୍ୟ ପାନୀୟ ଜଳ, ଗମନା ଗମନ ଓ ମହିଳା ସଶକ୍ତି କରଣ କ୍ଷେତ୍ରରେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇ ଛି ବୋଲି ଉପସ୍ଥିତ ସମସ୍ତ ଅତିଥି ମାନେ ମତ ପ୍ରକାଶ କରିଥିଲେ l ସେହିପରି ଯଶଶ୍ଵୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସୁଦୂର ପ୍ରସlରୀ ମାର୍ଗ ଦର୍ଶନ ସାଙ୍ଗକୁ ରାଜ୍ୟର ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦୃଢ଼ ନେତୃତ୍ୱ, ଦୂରଦର୍ଶୀତା ଯୋଗୁଁ ଆଜି ଓଡ଼ିଶାର ପ୍ରତିଟି କୋଣ ଅନୁକୋଣ ରେ ବିକାଶ ର ଏକ ନୁଆ ଯୁଗ ଆରମ୍ଭ ହୋଇଥିବା ସାଂସଦ ପ୍ରତିନିଧି ଲାମ୍ବୁରl ପ୍ରଧାନ , କହିଥିଲେ l ଏହି ଅବସରରେ ଲୋକଙ୍କୁ ଜଙ୍ଗଲ ଜମିପଟ୍ଟା , ଗୋଷ୍ଠୀ ଗତ ଜମି ପଟ୍ଟା, ମୁଖ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ସମସ୍ତ ଅଙ୍ଗନବାଡ଼ି କର୍ମୀ, ସମସ୍ତ ଆଶା କକାର୍ଡ ବିତରଣ, ଆବାସ ଗୃହ, ଅଙ୍ଗନ୍ ବାଡ଼ି କର୍ମୀ ଙ୍କୁ ମୋବାଇଲ ଫୋନ ବଣ୍ଟନ କରଯାଇଥିଲା l କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି କର୍ମୀ, ବୁଦ୍ଧିଜୀବି , ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା, ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ l

