ଖଜୁରୀପଡ଼ା,୧୦।୭(ମନୋଜ କୁମାର ବେହେରା):ଫୁଲବାଣୀ କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ହୋଇଯାଇଛି l ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ଯୁକ୍ତ ରମାକାନ୍ତ ମହାନ୍ତି. ଡ଼ି.ଏସ.ପି. ଫୁଲବାଣୀ ର ଶ୍ରୀଯୁକ୍ତ ବ୍ରଜମୋହନ ପ୍ରଧାନ. ଖଜୁରୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିମାଇଁ ଚରଣ ବିଶି ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟଳୟ ର ରିଟେନର ଶ୍ରୀଯୁକ୍ତ ପିତାମ୍ବର ସାହୁ. ଦୁତିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ତ୍ରିପାଠୀ. ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ଛାତ୍ରୀବୃନ୍ଦ ଓ ପାରା ଲିଗାଲ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟ ରେ ଛାତ୍ରୀମାନଙ୍କୁ କିଶୋର ନ୍ୟାୟ ଶିଶୁଙ୍କ ଯତ୍ନଓ ସୁରକ୍ଷା ପାଇଁ ଆଇନ l ଶିକ୍ଷାର ଅଧିକାର ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ସତେତନ କରାଯାଇଥିବା l ଶିଶୁଙ୍କ ଅଧିକାର. ସୁରକ୍ଷା ନିଶୁକ୍ଳ ଆଇନ ସହାୟତା ନମ୍ବର ୧୫୧୦୦ଶିକ୍ଷାକ ଗୁରୁତ୍ୱ ଏବଂ ଆଇନଗତ ସୁରକ୍ଷା ବ୍ୟବସ୍ତା ସମ୍ପର୍କ ରେ ଉପସ୍ଥିତ ଛାତ୍ରୀମାନେଙ୍କୁ ସରଳ ଭାଷାରେ ଅବଗତ କରାଯାଇଥିବା l ସେହିପରି ଶିଶୁ ନିର୍ଯାତନା ବାଲ୍ୟବିବାହ ଶିଶୁ ଶ୍ରମ ଭଳି ସାମାଜିକ ସମସ୍ୟାରୁ ଦୂରେଇ ରହିବା ସହ ଆବଶ୍ୟକ ସ୍ଥଳରେ ଆଇନର ସହାୟତା ନେବା ପାଇଁ ପରାମର୍ଶ ଦିଆଯାଥିଲା ll

