ରାୟଗଡ଼,୧୧।୭(ଅମୂଲ୍ୟ ନିଶଙ୍କ): ରାୟଗଡ ଜ଼ିଲ୍ଲା ଜେକେପୁର ଗ୍ରାମର ଜେ.କେ.ପେପର ମିଲ୍ ନାଗାବଳୀ ନଦୀରେ ନଦୀଶଯ୍ୟା ଓ ନଦୀକୂଳର ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ କରାଯିବା ସହ ନଦୀ ମଝିରେ ଆଡ଼ିବନ୍ଧ ନିର୍ମାଣ କରି ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ଏହି ପଦକ୍ଷେପ ଦ୍ବାରା ଆବଶ୍ୟକ ପରିମାଣର ପାଣି ସଂଗ୍ରହ କରି ଉତ୍ପାଦନକୁ ସ୍ବାଭାବିକ କରିବା ପାଇଁ କମ୍ପାନୀ ପ୍ରୟାସ ଜାରି ରଖିଛି। କିନ୍ତୁ ନଦୀ ଉପରେ ନିର୍ଭର କରୁଥିବା ନଦୀ ତଳିଆ ଗ୍ରାମବାସୀ, ସହରବାସୀ, ଚାଷୀ, ମତ୍ସ୍ୟଜୀବୀ ଓ ପାନୀୟ ଜଳ ଉପରେ ନିର୍ଭରଶୀଳ ପରିବାରମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଜଳସ୍ତର ହ୍ରାସ ଯୋଗୁଁ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ଜେକେ ପେପର ମିଲ ନଦୀ ଗର୍ଭ ରେ ଆଦିବନ୍ଧ କରିବା ସମ୍ପୂର୍ଣ୍ଣ ବେନିୟମ । ଆମେ ରାଜ୍ୟ ସରକାର ଓ ସ୍ଥାନୀୟ ଜ଼ିଲ୍ଲା ପ୍ରଶାସନଙ୍କୁ ଦାବି କରୁଛୁ ଯେ ଆଡ଼ିବନ୍ଧ ନିର୍ମାଣର ପରିବେଶ ଓ ତଳମୁହାଁ ଅଞ୍ଚଳ ଉପରେ ପ୍ରଭାବର ତୁରନ୍ତ ବୈଜ୍ଞାନିକ ଯାଞ୍ଚ କରାଯାଉ ବୋଲି ଜ଼ିଲ୍ଲା ବିଜେଡି ପକ୍ଷରୁ ଦାବୀ କରାଯାଇଛି ଓ ଜଳ ସମ୍ପଦର ବ୍ୟବହାରରେ ଶିଳ୍ପ ଓ ସାଧାରଣ ଜନତାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଉ। ନଦୀର ଜଳ ଉପରେ ପ୍ରଥମ ଅଧିକାର ଜନସାଧାରଣଙ୍କର ଏହାକୁ ସୁରକ୍ଷିତ ରଖିବା ସରକାର ଓ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସାମୂହିକ ଦାୟିତ୍ୱ ରହିଛି ବୋଲି ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା କହିଛନ୍ତି l

