ଫୁଲବାଣୀ,୧୬।୭(ସୁନୀଲ ପଟ୍ଟନାୟକ):କଂଧମାଳ ବନ ଖଣ୍ଡ ଅଧିକାରୀ ପ୍ରତାପ କୋଟlପାଲି ଙ୍କ ନିର୍ଦ୍ଦେଶକ୍ରମେ ଫୁଲବାଣୀ ରେଞ୍ଜ ଅଧୀନ ଖଜୁରିପଡା ବିଟ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଓ ଘର ବlରୀ ରେ ବିଭିନ୍ନ ବୃକ୍ଷ ଚାରା ରୋପଣ କରିବା ପାଇଁ ଫରେଷ୍ଟର ଓ ବନ ରକ୍ଷୀ ମାନେ ଏବେ ବୃକ୍ଷ ଚାରା ବଣ୍ଟନ କରୁଛନ୍ତି l ଅଞ୍ଚଳ ର ପରିବେଶ କୁ ସବୁଜମୟ କରିବା ସହ ପରିବେଶ ସୁରକ୍ଷା ପାଇଁ ପରାମର୍ଶ ଦେଇଥିଲେ l ଡି ଏଫ୍ ଓ ପ୍ରତlପ କୋଟlପାଲ୍ଲି ଙ୍କ ଏଭଳି ଅଭିନବ ପ୍ରୟାସ ସତରେ ପ୍ରଶଂସନୀୟ l କେବଳ ଏହି ଗୋଟାଏ ଅଞ୍ଚଳ ନୁହେଁ ବନ ଖଣ୍ଡ ଅଧୀନ ୭ଟି ରେଞ୍ଜ ଅଞ୍ଚଳ ରେ ବୃକ୍ଷ ରୋପଣ କାର୍ଯ୍ୟ ଦୃତ ଗତିରେ ଚାଲିଛି l ଅଧିକ ନୂତନ ଜଙ୍ଗଲ ସୃଷ୍ଟି ଏହାର ସୁରକ୍ଷା ଏହାର ମୂଳ ଲକ୍ଷ୍ୟ ବୋଲି ଡି ଏଫ୍ ଓ କହିଛନ୍ତି l ଏଥି ସହ ବିଭିନ୍ନ ରେଞ୍ଜ ପକ୍ଷରୁ ଜଙ୍ଗଲ ସୁରକ୍ଷା ନେଇ ସଚେତନତା ମଧ୍ଯ ସୃଷ୍ଟି କରାଯାଉଛି l

